କୋଭିଡ ୧୯ର ଟୀକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ କରିବ ଏମ୍ସ: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଜଣ ସୁସ୍ଥ ଲୋକଙ୍କ ଉପରେ ହେବ ପରୀକ୍ଷା

237

କନକ ବ୍ୟୁରୋ: କୋଭିଡ ୧୯ର ଟୀକା କୋଭାକସିନର ମାନବ ପରିକ୍ଷଣ ଆରମ୍ଭ କରିବ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅପ ମେଡିକାଲ ସାଇନସେସ, ଏମସ । ଶନିବାର ଏମସର ଏଥିକାଲ କମିଟି ଏନେଇ ଅନୁମତି ପ୍ରଦାନ କରିଛନ୍ତି । ଏମସର ପ୍ରଫେସର ଡକ୍ଟର ସଂଜୟ ରାୟ କହିଛନ୍ତି, ସୋମବାର ଠାରୁ ସୁସ୍ଥ ଲୋକମାନଙ୍କୁ ଗ୍ରହଣ କରିବା ଆରମ୍ଭ କରିବ ଏମସ । ୧୮ରୁ ୫୫ବର୍ଷ ମଧ୍ୟରେ ଥିବା ସୁସ୍ଥ ଲୋକମାନଙ୍କୁ ଗ୍ରହଣ କରି ସେମାନଙ୍କ ଠାରେ ଏହି ପରୀକ୍ଷଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ମାନବ ପରୀକ୍ଷଣରେ ଅଂଶ ଗ୍ରହଣ କରୁଥିବା ଲୋକମାନଙ୍କ ଠାରେ କୋଭିଡର କୌଣସି ଇତିହାସ ନଥିବା ଦରକାର । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୭୫ଜଣ ଭଲ୍ୟୁଂଟରଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ଚୟନ କରାଯାଇ ସେମାନଙ୍କ ଠାରେ କୋଭାକସିନ ଟୀକାର ପରୀକ୍ଷଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସୋମବାର ଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପ୍ରକ୍ରିୟା ଆରମ୍ଭ ହେବ ।

ସେପଟେ, କରୋନା ବିରୋଧୀ ଲଢ଼େଇରେ ରୋଗୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆରମ୍ଭ ହୋଇଛି ଭାରତର ସ୍ୱଦେଶୀ କରୋନା ଟିକାର ମାନବ ପରୀକ୍ଷଣ । ଟ୍ୱିଟ୍ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶବଦ୍ଧନ କହିଛନ୍ତି କରୋନା ବିରୁଦ୍ଧରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି । ଭ୍ୟାକ୍ସିନ୍ ତିଆରି ପ୍ରକ୍ରିୟାରେ ସକରାତ୍ମକ ସକେତ ଆସିଛି । ବଡ଼ କଥା ହେଉଛି ଏହି ଟିକାର ପାଶ୍ୱପ୍ରତିକ୍ରିୟା ନାହିଁ । ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ଯେ, ଦେଶରେ ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ଦୁଇଟି ପର୍ଯ୍ୟାୟରେ ଏହି ଟିକାର ମାନବ ପରୀକ୍ଷଣ ହେବ ଏବଂ ୧୪ଟି ସ୍ଥାନରେ ଏହାର ପରୀକ୍ଷଣ ଚାଲିଛି । କରୋନା ବିରୋଧୀ ଲଢେଇରେ ଏହା ନିର୍ଣ୍ଣାୟକ ସ୍ଥିତିରେ ପହଂଚିଛି ଏବଂ ମଣିଷଙ୍କ ଉପରେ ପରୀକ୍ଷଣରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏପରିକି କୋଭାକ୍ସିନ ବିକାଶ ଦିଗରେ ଜାରି ଉଦ୍ୟମରୁ ସକରାତ୍ମକ ଫଳାଫଳ ମିଳିଛି । ଖୁବଶୀଘ୍ର ଏହି ମହାମାରୀ ଉପରେ ବିଜୟ ପ୍ରାପ୍ତ ହେବ ବୋଲି ନିଜ ଟ୍ୱିଟ୍ରେ ଲେଖିଛନ୍ତ ହର୍ଷବର୍ଦ୍ଧନ ।