କନକ ବ୍ୟୁରୋ: ପାଟଣା ଏମ୍ସ ଡାକ୍ତରଙ୍କ ଆତ୍ମହତ୍ୟା । ଡାକ୍ତର ଜଣକ ସେଠାରେ ପ୍ରାକ୍ଟିସ୍ କରିବା ସହ ଉଚ୍ଚ ଶିକ୍ଷା ଜାରି ରଖିଥିଲେ । ହଷ୍ଟେଲ କବାଟ ଭାଙ୍ଗି ଡାକ୍ତରଙ୍କ ଶବ ଉଦ୍ଧାର ପରେ ସ୍ୱତନ୍ତ୍ର ଟିମ୍ ଘଟଣାର ଯାଞ୍ଚ କରୁଛି ।

Advertisment

ସୂଚନା ମୁତାବ. ମୃତକ ଡାକ୍ତର ନିଲେଶ ପାଟଣା ଏମ୍ସରେ ୨୦୧୬ରୁ ୨୦୨୧ ଯାଏଁ ଏମବିବିଏସ୍ ଶେଷ କରିବା ପରେ ସେହିଠାରେ ହିଁ ପ୍ରାକ୍ଟିସ୍ କରୁଥିଲେ । ୨୦୨୨ ନଭେମ୍ବରରେ ତାଙ୍କୁ ପିଜି ପାଇଁ ଏମ୍ସରେ ଆଡମିଶନ୍ ମିଳିଥିଲା । ସୂଚନା ମୁତାବକ, ଶୁକ୍ରବାର ରାତିରେ ଡ୍ୟୁଟି କରିବା ପରେ ଡାକ୍ତର ନିଲେଶ ନିଜ ହଷ୍ଟେଲ ରୁମକୁ ଯାଇଥିଲେ । ସକାଳେ ଡ୍ୟୁଟି ସମୟ ହେବା ପରେ ବି ସେ କବାଟ ନଖୋଲିବାରୁ ସହପାଠୀଙ୍କର ସନ୍ଦେହ ହୋଇଥିଲା । ପୁଲିସ ଆସି କବାଟ ଭାଙ୍ଗିବା ପରେ ଡାକ୍ତରଙ୍କ ମୃତଦେହ ମିଳିଥିଲା । ଡାକ୍ତର ନିଳେଶ କାହିଁକି ଆତ୍ମହତ୍ୟା କଲେ ତା’ର କୌଣସି ସୁରାକ ଏଯାଏଁ ମିଳିନାହିଁ । ପୁଲିସ ଘଟଣାର ଯାଞ୍ଚ ଚଳାଇଛି ।