ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା । ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ ଆରମ୍ଭ ହୋଇପାରେ କରୋନାର ତୃତୀୟ ଲହର !

480

କନକ ବ୍ୟୁରୋ : ଦେଶରେ ୬ ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ଏଭଳି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ । ସେ କହିଛନ୍ତି କି ତୃତୀୟ ଲହରରୁ ବଞ୍ଚିବା ବଡ ମୁସ୍କିଲ । ମାର୍ଚ୍ଚରୁ ସାରା ଦେଶରେ ଆରମ୍ଭ ହୋଇଥିଲା ଲକଡାଉନ୍ ଏବେ ଧିରେ ଧିରେ ଅନଲକ୍ ହେବାରେ ଲାଗିଛି । ଅନ୍ୟପଟେ ବିଶେଷଜ୍ଞମାନେ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି । ସେମାନେ କହିଛନ୍ତି କି ଯେତେବେଳେ ଆମେ ଅନଲକ୍ ଆରମ୍ଭ କରୁଛୁ ସେତେବେଳେ ଲୋକମାନଙ୍କ ଭିତରେ କରୋନା କଟକଣା ହଟି ଯାଉଛି । ଫଳରେ କୋଭିଡ ସଂକ୍ରମଣ ପୁଣି ଆରମ୍ଭ ହେବାର ଆଶଂକା ଦେଖା ଦେଉଛି ।

ଅନ୍ୟପଟେ ବିଶେଷଜ୍ଞମାନଙ୍କ ମତରେ ଆଶା କରାଯାଉଥିବା ସମୟ ପୂର୍ବରୁ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆସିପାରେ । ବିଶେଷଜ୍ଞ ମାନେ କହିଛନ୍ତି କି ମହାରାଷ୍ଟ୍ରରେ କରୋନା କଟକଣାର ସାମାନ୍ୟ ଢିଲା କରିବା ପରେ ଗହଳି ବଢୁଛି । ଏହାଦ୍ୱାରା ସଂକ୍ରମିତ ମାନଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଏହାସହ ମହାରାଷ୍ଟ୍ରରେ ଆକ୍ଟିଭ ମାମଲା ୮ ଲକ୍ଷ ପାର ହେବ ବୋଲି ଆଶଂକା କରାଯାଇଛି ।

ରାୟଟର୍ସର ସର୍ଭେ ମୁତାବକ ଅକ୍ଟୋବର ମାସ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିପାରେ । ଏହି ସର୍ଭେରେ ବିଶ୍ୱର ୪୦ ଜଣ ବିଶେଷଜ୍ଞ, ଡାକ୍ତର ବୈଜ୍ଞାନିକ ମାନଙ୍କର ମତ ନେଇଥିଲେ । ସେମାନଙ୍କ ମତରେ ଖୁବଶୀଘ୍ର ଦେଶରେ ଟିକାକରଣ କରାଗଲେ ଏହି ସଂକ୍ରମଣକୁ ରୋକାଯାଇ ପାରିବ ।

ଅନ୍ୟପଟେ ଏମ୍ସ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରାଯାଇଥିବା ଅଧ୍ୟୟନ ପରେ କୁହାଯାଇଛି କି ଶିଶୁ ମାନଙ୍କ ଶରୀରରେ ହାଇ ସେରୋ ପଜିଟିଭ୍ ଥିବାରୁ ତୃତୀୟ ଲହର ସେମାନଙ୍କ ପାଇଁ ଅଧିକ ବିପଦ ଆଣିବ ନାହିଁ ।