ଦିଲ୍ଲୀ ଏମସରେ ଏବେ ରୋଗୀଙ୍କର ଭର୍ତ୍ତି ହେବା ପୂର୍ବରୁ କରାଯିବନି କୋଭିଡ୍ ଟେଷ୍ଟ । ସଂକ୍ରମଣ କମିବା ପରେ ନିଆଗଲା ବଡ ନିଷ୍ପତ୍ତି ।

ଦିଲ୍ଲୀ ଏମସରେ ଏବେ ରୋଗୀଙ୍କର ଭର୍ତ୍ତି ହେବା ପୂର୍ବରୁ କରାଯିବନି କୋଭିଡ୍ ଟେଷ୍ଟ । ସଂକ୍ରମଣ କମିବା ପରେ ନିଆଗଲା ବଡ ନିଷ୍ପତ୍ତି ।

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାରେ ଏବେ ରୋଗୀଙ୍କ ଭର୍ତ୍ତି ଓ ସର୍ଜରୀ ପୂର୍ବରୁ ହେବନି କୋଭିଡ ଟେଷ୍ଟ । ଏନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ରାଜଧାନୀ ଦିଲ୍ଲୀର ସଂକ୍ରମଣ ହ୍ରାସ ପାଉଥିବା ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି ।

ମେଡିକାଲ ସୁପରିଟେଡେଣ୍ଟ ଡାକ୍ତର ଡିକେ ଶର୍ମାଙ୍କ କହିବା ମୁତାବକ, ଆଇସିଏମଆରର ନିର୍ଦ୍ଦେଶ ମୁତାବକ, ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ କିମ୍ବା କୌଣସି ଛୋଟ ବଡ ସର୍ଜରୀ ପୂର୍ବରୁ ରୋଗୀଙ୍କର ବାଧ୍ୟତାମୂଳକ କୋଭିଡ୍ ଟେଷ୍ଟ ହେବ ନାହିଁ । ବର୍ତ୍ତମାନ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତତସହିତ ଏ ସମ୍ପର୍କିତ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ୧୧୧୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ବର୍ତ୍ତମାନ ସେଠାରେ ପଜିଟିଭିଟି ରେଟ୍ ୨.୨୮ ରହିଛି । ତେବେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ୨୪ ଘଣ୍ଟା ଭିତରେ ମୋଟ ୪୮ ହଜାର ୭୯୨ ନମୁନା ପରୀକ୍ଷା କରାଯାଇଥିଲା । ଏହା ମଧ୍ୟରୁ ୧୧୧୪ ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି । ତେବେ ଦିଲ୍ଲୀରେ ସଂକ୍ରମଣ କମୁଥିବା ଦେଖି ଏମସରେ ଏବେ ରୋଗୀଙ୍କର କୋଭିଡ୍ ଟେଷ୍ଟକୁ ବାଦ୍ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe