AIIMS ଭୁବନେଶ୍ୱରରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ଜାଣନ୍ତୁ କିଭଳି କରିବେ ଆବେଦନ ।

50

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଭୁବନେଶ୍ୱର, ଅଫିସିଆଲ ନୋଟିଫିକେସନ ଜାରି କରି ୭୪ଟି ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରିତ କରିଛି । ଏଥିରେ ପ୍ରଫେସର, ଆଡିସନାଲ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର ପଦ ପାଇଁ ଭାକାନ୍ସି ବାହାରିଛି । ତେବେ ଯେଉଁ ଆଶାୟୀ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏହି ସୂଚନା ସବୁ ଜାଣି ରଖନ୍ତୁ ।

ପଦବୀ ନାମ – ପ୍ରଫେସର, ଆଡିସନାଲ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ ପ୍ରଫେସର

ପଦ ସଂଖ୍ୟା – ୭୪

ଯୋଗ୍ୟତା – କୌଣସି ମାନ୍ୟତା ପ୍ରାସ୍ତ ସଂସ୍ଥାରୁ ଡକ୍ଟର ଅଫ ମେଡିସିନ (ଏମଡି) ଏବଂ ମାଷ୍ଟର ଅଫ ସାଇନ୍ସ (ଏମଏସ)ର ଡିଗ୍ରି ଥିବା ଆବଶ୍ୟକ । ଏହା ସହ ଟିଚିଙ୍ଗ କିମ୍ବା ରିସର୍ଚ୍ଚରେ ୧୪ ବର୍ଷର ଅଭିଜ୍ଞତା ରହିଥିବା ଦରକାର । ସେହିଭଳି ଆଡିସନାଲ ପ୍ରଫେସର ପଦ ପାଇଁ ୧୦ ବର୍ଷ, ଆସୋସିଏଟ ପ୍ରଫେସର ପଦ ପାଇଁ ୬ ବର୍ଷ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ୩ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।

ଦରମା :

ପ୍ରଫେସର : ୨,୨୦,୦୦୦ ଟଙ୍କା

ଆଡିସନାଲ ପ୍ରଫେସର : ୨,୦୦,୦୦୦ ଟଙ୍କା

ଆସିଷ୍ଟାଣ୍ଟ ପ୍ରଫେସର : ନିର୍ଦ୍ଧାରିତ ହୋଇନାହିଁ

ଆସୋସିଏଟ ପ୍ରଫେସର : ୧,୮୮,୦୦୦ ଟଙ୍କା

ଚୟନ ପ୍ରକ୍ରିୟା : ଆଶାୟୀ ମାନଙ୍କର ଚୟନ ଇଣ୍ଟଭ୍ୟୁ ମାଧ୍ୟମରେ କରାଯିବ

ଆବେଦନର ଅନ୍ତିମ ତାରିଖ: ୪ ଜୁନ ୨୦୧୮

ବୟସ ସୀମା – ୬୭ ବର୍ଷରୁ କମ ବୟସ ଥିବା ଆଶାୟୀ ଆବେଦନ କରିପାରିବେ

କିଭଳି କରିବେ ଆବେଦନ ?

ଆଶାୟୀମାନେ ଏମସର ଅଫିସିଆଲ ୱେବସାଇଟ www.aiimsbhubaneswar.edu.inରେ ଲଗ ଇନ୍ କରନ୍ତୁ । ଆଶାୟୀମାନେ ସେଠାରୁ ସମସ୍ତ ଜରୁରୀ ସୂଚନା ସମ୍ପର୍କରେ ଅବଗତ ହୋଇପାରିବେ । ଏବଂ ତଳେ ଦିଆଯାଇଥିବା ଠିକଣାରେ ଯାଇ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ଜୁନ ୪ ।

Assistant Administrative Officer, AIIMS, Sijua, P.O – Dumduma, Bhubaneswar – 751019, Odisha .