କନକ ବୁରୋ : ବଢୁଛି ମାଣ୍ଡିଆର ଚାହିଦା । ଏବେ ରୋଗୀଙ୍କ ଖାଦ୍ୟରେ ବି ସାମିଲ କରାଯାଇଛି ମାଣ୍ଡିଆ । ଭୁବନେଶ୍ୱର ଏମ୍ସରେ ରୋଗୀମାନଙ୍କ ସହ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ । ଏମ୍ସରେ ଉତ୍କଳ ଦିବସରୁ ଏହି ମାଣ୍ଡିଆଯୁକ୍ତ ଖାଦ୍ୟ ସାମିଲ କରାଯାଇଛି ।

Advertisment

ରୋଗୀମାନଙ୍କୁ ଏହି ଖାଦ୍ୟ ସବୁ ବଣ୍ଟନ କରାଯିବା ସହିତ ସମସ୍ତଙ୍କ ସହ ମିଶି ମାଣ୍ଡିଆ ତିଆରି ଖାଦ୍ୟ ଖାଇଛନ୍ତି ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ମାଣ୍ଡିଆରେ ଅନେକ ପୁଷ୍ଟିକର ତତ୍ୱ ଓ ମିନେରାଲସ ରହିଛି । ଏହି ପୁଷ୍ଟି ଯୁକ୍ତ ଖାଦ୍ୟ ନିୟମିତ ବ୍ୟବହାର କରିଲେ ସମସ୍ତେ ନିରୋଗ ରହିବା ସହିତ ମାନସିକ ଭାବେ ସୁଦୃଢ ରହିପାରିବେ । ତେଣୁ ଖାଦ୍ୟରେ ଏହାର ବହୁଳ ପରିମାଣ ବ୍ୟବହାର ନେଇ ବ୍ୟାପକ ସଚେତନତା ଦରକାର ରହିଛି । ଏ ଉଦ୍ଦେଶ୍ୟରେ ଲୋକଙ୍କୁ ମାଣ୍ଡିଆ ଉପରେ ଲିଖିତ ହ୍ୟାଣ୍ଡ ବୁକ୍ ବଣ୍ଟନ କରାଯାଇଥିଲା ।