କନକ ବ୍ୟୁରୋ: ଆଇଗିଣିଆ ଓଭରବ୍ରିଜ ଦବିଗଲା ଓ ଏକ ଟ୍ରକ ଯିବା ବେଳେ ଦବିଗଲା ଓଭରବ୍ରିଜ ଓ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବ୍ରିଜ । ଧୀରେ ଧୀରେ ବ୍ରିଜ୍ ଦବୁଥିବାରୁ ଲୋକେ ଆତଙ୍କିତ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଛି । ତେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯଦି ଓଭରବ୍ରିଜ କାର୍ଯ୍ୟ ଶେଷ ହୋଇନଥିଲା ତେବେ କ'ଣ ପାଇଁ ଗାଡ଼ି ଛଡ଼ା ଯାଇଥିଲା । ଆଜି ଯଦି କୌଣସି ବଡ଼ ଧରଣର ଅଘଟଣ ହୋଇଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି।