କନକ ବ୍ୟୁରୋ : ୧୩ ଦିନ ହୋଇଗଲା । ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀରେ ଦୁଇ ଗୋଷ୍ଠୀ ଲବି କରି ଫେରିଆସିଲେଣି । କିନ୍ତୁ ଚୂଡାନ୍ତ ହୋଇପାରୁନି ପିସିସି ସଭାପତିଙ୍କ ନାଁ । କୁହାଯାଉଛି, ରାଜ୍ୟ କଂଗ୍ରେସ ଦୁଇ ଗୋଷ୍ଠୀ ହୋଇ ପିସିସି ସଭାପତି ପାଇଁ ଲବି ଚଳାଇଛନ୍ତି । ଦଳରେ ବିଜୁ କଂଗ୍ରେସ ବନାମ କଂଗ୍ରେସ ଗୋଷ୍ଠୀ ପିସିସି ସଭାପତି ପାଇଁ ଜୋରଦାର ଲବି ଚଳାଇଛନ୍ତି । (ଗ୍ରାଫିକ୍ସ) ଶ୍ରୀକାନ୍ତ ଜେନାଙ୍କ ନେତୃତ୍ବରେ ଗୋଟିଏ ଗୋଷ୍ଠୀ ଥିବାବେଳେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ ଗୋଷ୍ଠୀ କାମ କରୁଛନ୍ତି । କୁହାଯାଉଛି ପିସିସି ମୁଖିଆ ପାଇଁ କଂଗ୍ରେସ ନେତା ମେଳି କରୁଛନ୍ତି । ରୁଦ୍ଧଦ୍ୱାର ବୈଠକ ବି ଚାଲୁଠି । ନିଜ ସପକ୍ଷରେ ଦିଲ୍ଲୀରେ ଲବି ବି କରୁଛନ୍ତି । କିନ୍ତୁ ନାଁ ଚୂଡାନ୍ତ ହୋଇପାରୁନାହିଁ ।
ନେତା ବାଛିବା ପୂର୍ବରୁ ରାଜ୍ୟ କଂଗ୍ରେସ ଦୁଇଫାଳ ହେବା ଏଆଇସିସି ନେତୃତ୍ବଙ୍କୁ ଚିନ୍ତାରେ ପକାଇଛି । ଦୋଛକିରେ ପଡିଛନ୍ତି ହାଇକମାଣ୍ଡ । ତେଣୁ ପିସିସି ସଭାପତି ନେତା ଚୂଡାନ୍ତ କରିବାକୁ ଖୁବଶୀଘ୍ର ଏଆଇସିସି ଟିମ୍ ଭୁବନେଶ୍ବର ଆସିପାରନ୍ତି । ସୂଚନା ଅନୁସାରେ,
-ଦକ୍ଷିଣରୁବିଧାୟକଦଳନେତାବଛାଯାଇଛି
-ଉପକୂଳକିମ୍ବାଉତ୍ତରଓଡିଶାରୁକେହିଜଣେସଭାପତିହୋଇପାରନ୍ତି
ବର୍ତ୍ତମାନ ରାଜ୍ୟରେ ରାଜନୈତିକ ଦୃଶ୍ୟପଟ୍ଟ ଭିନ୍ନ ରହିଛି । ଏହି ସମୟରେ ଉଦବେଗ ପ୍ରକାଶ କରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୀଘ୍ର ପିସିସି ସଭାପତି ଚୟନ ପାଇଁ ଏଆଇସିସିକୁ ଚିଠି ବି ଲେଖିସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/08/PHOTO-01011521.png)