୧୧ରେ ଏଆଇସିସି ସ୍କ୍ରିନିଂକମିଟି ବୈଠକ : ଓଡ଼ିଶା ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ସମ୍ପର୍କରେ ହେବ ତର୍ଜମା

Advertisment
୧୧ରେ ଏଆଇସିସି ସ୍କ୍ରିନିଂକମିଟି ବୈଠକ : ଓଡ଼ିଶା ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ସମ୍ପର୍କରେ ହେବ ତର୍ଜମା

source : Wikipedia

ଗତକାଲି କଂଗ୍ରେସ ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଓଡ଼ିଶା ସମେତ ଅନ୍ୟ ସବୁ ରାଜ୍ୟମାନଙ୍କରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଶୀଘ୍ର ଘୋଷଣା କରାଯିବା ନେଇ ଏଆଇସିସି କାର୍ଯ୍ୟାଳୟରୁ ସଙ୍କେତ ମିଳିଛି । ଚଳିତ ମାସ ୧୧ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବ ଏଆଇସିସି ସ୍କ୍ରିନିଂ କମିଟି ବୈଠକ। ଓଡ଼ିଶାର ୨୧ଟି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ସମ୍ପର୍କରେ ତର୍ଜମା କରାଯିବ। ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଦ୍ୱାରା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ଏଆଇସିସିକୁ ପଠାଇ ଦିଆଯାଇଥିଲା।

ଏଆଇସିସି ସୂତ୍ର ଅନୁଯାୟୀ, ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଦ୍ୱାରା ଯେଉଁ ତାଲିକା ପଠାଯାଇଛି ୧୧ ତାରିଖ ସ୍କ୍ରିନିଂ କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ। ସୂତ୍ର ଅନୁଯାୟୀ ଏଆଇସିସି ସ୍କ୍ରିନିଂ କମିଟି ବୈଠକରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ, ଓଡ଼ିଶା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସାଥିସାନ, ଦୁଇଜଣ ସଦସ୍ୟ ଜିତିନ୍ ପ୍ରସାଦ ଓ ନୌସାଦ ସୋଲାଙ୍କ, ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ସାମୟିକ ପ୍ରଭାରୀ ଟି ଏସ୍ ସିଂହଦେଓ, ୩ ଜଣ ସମ୍ପାଦକ ଅନୀଲ ଚୌଧୁରୀ, ସେକ୍ ମସ୍ତାନ, ରୁଦ୍ରରାଜୁ ଓ ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନିରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ।

ବୈଠକରେ ପ୍ରତ୍ୟେକ ନିର୍ବାନଚମଣ୍ଡଳୀ ପାଇଁ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ପକ୍ଷରୁ ଯେଉଁ ନାମ ଗୁଡ଼ିକ ସର୍ଟଲିଷ୍ଟ୍ କରାଯାଇଛି ସେସବୁ ପ୍ରାର୍ଥୀ (ଆଶାୟୀ)ଙ୍କ ନିର୍ବାଚନ ଜିଣିବା ସମ୍ପର୍କରେ ତଥା ପ୍ରାର୍ଥୀଙ୍କର ପୂର୍ବ ନିର୍ବାଚନ ଅଭିଜ୍ଞତା ସମ୍ପର୍କରେ ମଧ୍ୟ ସ୍କ୍ରିନିଂ କମିଟି ବିଚାର ବିମର୍ଶ କରିବ। ଯେହେତୁ ଓଡ଼ିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବାକୁ ଅଛି ତେଣୁ ଏଆଇସିସି ସ୍କ୍ରିନିଂ କମିଟି ଗୋଟିଏ ଦିନରେ ଏହି ପ୍ରକ୍ରିୟାକୁ ଶେଷ କରିପାରିବ ନାହିଁ। ତେଣୁ ଦୁଇ କିମ୍ବା ତିନି ରାଉଣ୍ଡ୍ ବୈଠକ ପରେ ଏହି ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯିବ। ସ୍କ୍ରିନିଂ କମିଟି ବୈଠକ ପରେ ନାମଗୁଡ଼ିକୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯିବ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରାଯାଇ କଂଗ୍ରେସ ସଭାପତିଙ୍କ ଅନୁମୋଦନ ପାଇଁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe