କନକ ବ୍ୟୁରୋ : ନୂଆବର୍ଷରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି । ଜାନୁଆରୀରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗତକାଲି ଦିଲ୍ଲୀରେ ଖଡଗେଙ୍କୁ ଭେଟି ଓଡ଼ିଶା କଂଗ୍ରେସ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ।
ରାଜ୍ୟରେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଦଳ ରାଜ୍ୟରେ କଣ ସବୁ କାର୍ଯ୍ୟକ୍ରମ କରିଛି ତାହାର ରିପୋର୍ଟ ନେଇଛନ୍ତି ଖଡଗେ । ବୈଠକ ପରେ ଖଡଗେଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପିସିସି ସଭାପତି । ସେପଟେ, ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ କଂଗ୍ରେସର ସ୍ଥିତି ପୂର୍ବପେକ୍ଷା ଅଧିକ ଦୁର୍ବଳ ହେବାରେ ଲାଗିଛି । ଗତ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଉଚିତ୍ ଢଙ୍ଗରେ ଲଢିପାରିନଥିଲା । ଗତ ୨୦୧୯ ନିର୍ବାଚନରେ ଓଡ଼ିଶାରୁ କଂଗ୍ରେସର ୯ ଜଣ ବିଧାୟକ ଓ ଜଣେ ସାଂସଦ ବିଜୟୀ ହୋଇଥିଲେ । ଏହାସହ ଦଳ ମୁଖ୍ୟ ବିରୋଧୀ ଦଳ ପଦ ମଧ୍ୟ ହରାଇଥିଲା । ନିର୍ବାଚନ ପୂର୍ବରୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଓଡ଼ିଶା ଗସ୍ତ କରି କର୍ମୀଙ୍କ ମନରେ ଜୋଶ ଭରନ୍ତୁ ବୋଲୁ ଚାହୁଁଛନ୍ତି ନେତା ।
Follow Us