ବଦଳିବ ରାଜ୍ୟ କଂଗ୍ରେସର ଚେହେରା । ପୁର୍ନଗଠନ ହେବ ପ୍ରଦେଶ କଂଗ୍ରେସ କମିଟି । ରାଜ୍ୟ ସଂଗଠନର ପୁର୍ନଗଠନ ନେଇ ଏଆଇସିସି ନିର୍ଦ୍ଦେଶ ଦେଇଥିବା କହିଲେ ନିରଂଜନ

ଗତ ନିର୍ବାଚନରେ ଦଳ ପାଇଁ କାମ କରିଥିବା ନେତାଙ୍କୁ ଦିଆଯିବ ଗୁରୁତ୍ୱ

477

କନକ ବ୍ୟୁରୋ: ନୂଆ ରୂପରେ ଆସିବ ପ୍ରଦେଶ କଂଗ୍ରେସ ସଂଗଠନ । ପିସିସିର ବିଭିନ୍ନ କମିଟିକୁ ଛୋଟ କରାଯିବା ସହ ଯୁବ, ଛାତ୍ର ଓ ମହିଳା ଛାମୁଆ ସଂଗଠନ ଗୁଡିକୁ ନୂଆ କରି ଗଢାଯିବ । ଏଆଇସିସିର ନିର୍ଦ୍ଦେଶ ଅନୁଯାୟୀ, ୨୦୧୯ ନିର୍ବାଚନରେ ଦଳ ସହ ରହି ସମର୍ପିତ ଭାବେ କାମ କରିଥିବା ନେତାଙ୍କୁ ହିଁ କମିଟିରେ ସ୍ଥାନ ଦିଆଯିବ । ଦଳରେ ରହି ଦଳ ବିରୋଧରେ ଷଡଯନ୍ତ୍ର କରୁଥିବା ନେତାଙ୍କୁ କମିଟିରେ ସ୍ଥାନ ଦିଆଯିବନାହିଁ ବୋଲି କହିଛନ୍ତି ପିସିସି ସଭାପତି ।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ପିସିସି ସଭାପତି, ଦୁଇ କାର୍ଯ୍ୟକାରୀ ସଭାପତିଙ୍କୁ ଛାଡି ପ୍ରଦେଶ କଂଗ୍ରେସର ଅନ୍ୟ ସଂଗଠନକୁ ଭାଂଗି ଦିଆଯାଇଛି ।

ରାଜ୍ୟ କଂଗ୍ରେସର ହେବ ପୁନର୍ଗଠନ

– ଉପରୁ ତଳ ପର୍ଯ୍ୟନ୍ତ ସମସ୍ତ କମିଟିକୁ ନୂଆ ରୂପ ଦେବାକୁ ଯାଉଛି ରାଜ୍ୟ କଂଗ୍ରେସ

– ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ପ୍ରକ୍ରିୟା

– ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ କ୍ୟାଡର ପ୍ରସ୍ତୁତ କରିବ ଦଳ

– କଂଗ୍ରେସ କ୍ୟାଡରମାନଙ୍କୁ ପ୍ରେରକ ନାମ ଦିଆଯିବ

ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଛୋଟ କମିଟି ସପକ୍ଷରେ ଯୁକ୍ତି ବାଢିଛନ୍ତି । ଅଧିକ ମୁରବୀ ରହିଲେ ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିବ ବୋଲି କହିଛନ୍ତି ତାରା ।

ତେବେ ଦିଲ୍ଲୀରେ କଂଗ୍ରେସର ସାଂଗଠନିକ ବୈଠକରେ ଯୋଗ ଦେଇ ଭୁବନେଶ୍ୱର ଫେରିବା ପରେ ରାଜ୍ୟ କଂଗ୍ରେସର ସାଂଗଠିନକ ବୈଠକ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଏହି ବୈଠକରେ ବିଧାନସଭା ନିର୍ବାଚନରେ ଜିତିଥିବା ଓ ହାରିଥିବା ସମସ୍ତ ନେତା ଯୋଗ ଦେଇଥିଲେ । ରାଜ୍ୟ କଂଗ୍ରେସର ପୁନର୍ଗଠନ କରିବା ସହ ବିଜେପୁର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ ।