କନକ ବ୍ୟୁରୋ: ଆସନ୍ତାକାଲି ରାଜଧାନୀରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶ । ଏଥିରେ ସାମିଲ ହେବାକୁ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ । ଯାହାକୁ ନେଇ ନେଇ ଦଳୀୟ କର୍ମୀଙ୍କ ଭିତରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି । ସମାବେଶକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦ହଜାର ନେତା, କର୍ମୀଙ୍କୁ ସାମିଲ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ସେପଟେ ଖଡଗେଙ୍କ ଗସ୍ତରୁ କଂଗ୍ରେସକୁ କୌଣସି ଲାଭ ମିଳିବ ନାହିଁ ବୋଲି ବିଜେଡି ଓ ବିଜେପି କହିଛନ୍ତି ।

Advertisment
  • ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ
  • କଂଗ୍ରେସର ‘ଓଡ଼ିଶା ବଞ୍ଚାଓ ସମାବେଶ’ରେ ହେବେ ସାମିଲ

ଏଆଇସିସି ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ବେଶ ଉତ୍ସାହିତ ହୋଇ ପଡିଛି ରାଜ୍ୟ କଂଗ୍ରେସ । ଆସନ୍ତାକାଲି ଶକ୍ତି ପ୍ରଦର୍ଶନ କରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ପିସିସି ।

  • ଦିନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଖଡଗେ
  • ବିରାଟ ଶୋଭାଯାତ୍ରାରେ ଭୁବନେଶ୍ୱର ଲୋୟର ପିଏମଜିକୁ ଆସିବେ
  • ଓଡ଼ିଶା ବଞ୍ଚାଓ ସମାବେଶରେ ଦେବେ ଉଦବୋଧନ
  • ସମାବେଶରେ ସାମିଲ ହେବେ ଦଳର ଜିଲ୍ଳା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି
  • ପ୍ରାୟ ୫୦ ହଜାର ନେତା ଓ କର୍ମୀ ଯୋଗ ଦେବା ନେଇ ଆକଳନ କରିଛି ପିସିସି

ସମାବେଶ ସରିବା ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ମଲ୍ଲିକାର୍ଜୁନ ଖଡଗେ । ସେହିପରି ଇଣ୍ଡିଆ ମେଣ୍ଟର କିଛି ନେତାଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି ।
କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓ ବିଜେଡି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଯେତେ ସମାବେଶ କରନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିପରି ବିଜେଡିି ବିଧାୟକ ସୁଧୀର ସାମଲ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାର ୪ଟି ଜିଲ୍ଲା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ । ଏହାପୂର୍ବରୁ ଓଡ଼ିଶା ଆସି ଦଳୀୟ ନେତା ଓ କର୍ମୀଙ୍କ ମନରେ ଜୋସ୍ ଭରିବେ ଖଡଗେ ।