କନକ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଝଟକା । ମେଣ୍ଟରୁ ଅଲଗା ହେଲା ଏଆଇଏଡିଏମକେ । ମେଣ୍ଟ ଛାଡିବା ପୂର୍ବରୁ ଚେନ୍ନାଇରେ ଆଜି ବଡ ବୈଠକ ବସିିଥିଲା । ଯେଉଁଠି ସର୍ବସହମତିରେ ପ୍ରସ୍ତାବ ପାରିତ ହୋଇଥିବା ଦଳ କହିଛି । ଏଆଇଏଡିଏମକେ କହିଛି ଗତ ଏକବର୍ଷ ଧରି ଦଳର ନେତା, ମନ୍ତ୍ରୀ, ମହାସଚିବ ଏବଂ କର୍ମୀଙ୍କ ଉପରେ ବିଜେପି ବାରମ୍ବାର ଅନାବଶ୍ୟକ ଟିପ୍ପଣୀ କରି ଆସୁୁଛି । ଏନେଇ ଦଳ ଭିତରେ ଆଲୋଚନା ଏବଂ ବିଚାରବିମର୍ଶ କରାଯିବା ପରେ ବିଜେପି ଓ ଏନଡିଏ ମେଣ୍ଟ ସହ ଅଲଗା ହେବାକୁ ନିିଷ୍ପତି ନିଆଯାଇଛି ।
ସୂଚନା ଅନୁସାରେ ଏଆଇଏଡିଏମକେ ଓ ତାମିଲନାଡୁ ପ୍ରଦେଶ ବିଜେପି ମଧ୍ୟରେ କିଛି ଦିନ ହେବ ବିବାଦ ଚାଲି ଆସୁଥିଲା । ପ୍ରଦେଶ ବିଜେପି ମୁଖ୍ୟ କେ.ଅନାମଲାଇ ବାରମ୍ବାର ଏଆଇଏଡିଏମକେ ନେତାଙ୍କୁ ଅପମାନ କରୁଥିବାରୁ ତାଙ୍କୁ ପଦରୁ ବାହାର କରିବା ପାଇଁ ବିଜେପି ହାଇକମାଣ୍ଡଙ୍କ ନିକଟରେ ଦାବି କରି ଆସୁଥିଲା ଦଳ । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଗୋଟେ ପଟେ ରହିଛି ଏନଡିଏ ଓ ଅନ୍ୟପଟେ ଇଣ୍ଡିଆ ମେଣ୍ଟ । ତେବେ ନିର୍ବାଚନ ପୂର୍ବରୁ ଦଳ ଗୁଡିକ ମେଣ୍ଟ ଅଦଳବଦଳ କରିବା ଜାତୀୟ ରାଜନୀତିରେ ନୂଆ ସମୀକରଣ ତିଆରି କରିପାରେ । ଏବେ ଦେଖିବାକୁ ବାକି ରହିଲା ଏନଡିଏଠୁ ଅଲଗା ହେବା ପରେ ଏଆଇଏଡିଏମକେର କି ଯୋଜନା କରିବ । ଇଣ୍ଡିଆ ମେଂଟରେ ସାମିଲ ହେବ ନା ଏକାକୀ ନିର୍ବାଚନ ଲଢିବ । ସେପଟେ ଏନଡିଏ ମେଂଟରୁ ଅଲଗା ହେବା ପରେ ଏଆଇଏଡିଏମକେ କର୍ମୀ ଓ ସମର୍ଥକ ଚେନ୍ନାଇ ସମେତ ବିଭିନ୍ନ ସ୍ଥାନରେ ଉତ୍ସବ ପାଳିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/09/25-20.jpg)