କନକ ବ୍ୟୁରୋ : ବ ର୍ତ୍ତମାନ ଏଆଇ ବା ଆର୍ଟିଫିସିୟଲ ଇଂଟେଲିଜେନ୍ସକୁ ନେଇ ଚାରିଆଡେ ଚର୍ଚ୍ଚା । ବଡ ବଡ କମ୍ପାନୀ ଏବେ ନୂଆ ଜେନେରେସନର ଏଆଇକୁ ଗ୍ରହଣ କରିବାରେ ଲାଗିଲେଣି । ତେଣୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବାକୁ ଲାଗିଲାଣି । ଏଆଇ ପ୍ରତି ବଢୁଥିବା ଲୋକପ୍ରିୟତା ପାଇଁ ମଣିଷ ବିପରେ ପଡିବନିତ? ମଣିଷର ଚାକିରି ଉପରେ ଏଆଇର ପ୍ରଭାବ ପଡିବନି ତ? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ବଡ ଖୁଲାସା କରିଛି ୟୁଏନ ।

Advertisment

ୟୁନାଇଟେଡ୍ ନେସନ ବା ୟୁଏନର ଇଂଟରନ୍ୟାସନାଲ ଲେବର ଅରଗାନାଇଜେସନ୍ ବା (ଆଇଓଏଲ୍) ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛି । ଆଇଓଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ଏଆଇ ମଣିଷ ପ୍ରତି କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ଏଆଇ ପାଇଁ କୌଣସି ବ୍ୟକ୍ତିର ଚାକିରି ଯିବ ନାହିଁ । କିନ୍ତୁ ଏଆଇ ଦ୍ୱାରା ମଣିଷର କାମ କରିବାର ତରିକା ବଦଳିବା ସହ ଅନେକ କାମ ସହଜ ଏବଂ ଉନ୍ନତମାନର ହୋଇପାରିବ ।

ଅନ୍ୟପଟେ କରାଯାଇଥିବା ରିସର୍ଚ୍ଚରୁ ଜଣାପଡିଛି କି, ବର୍ତ୍ତମାନ ଅନେକ ବଡ ବଡ କମ୍ପାନୀ କାମକୁ ସହତ କହିବା ପାଇଁ ଏଆଇକୁ ପସନ୍ଦ କରିବାକୁ ଲାଗିଲେଣି । ତେଣୁ ଆଗାମୀ ଦିନରେ ଅଟୋମେସନ୍ କାରଣରୁ କିଛି ଜବ୍ ଏବଂ ଇଣ୍ଡଷ୍ଟ୍ରି ଉପରେ ଆଶିଂକ ପ୍ରଭାବ ପଡିପାରେ ବୋଲି ଜଣାପଡିଛି ।

ବିଶ୍ୱର ସବୁଠୁ ଧନୀ ଏଲନ୍ ମସ୍କ ମଧ୍ୟ ଏଆଇକୁ ନେଇ ଚିନ୍ତା ପ୍ରକଟ କରିସାରିଛନ୍ତି । ଏଆଇ ଦ୍ୱାରା ଆଗାମୀ ଦିନରେ ଅନେକ ଲୋକଙ୍କ ଚାକିରି ଚାଲିଯାଇପାରେ ବୋଲି ସେ କହିଛନ୍ତି । କେବଳ ଏଲନ ମସ୍କ ନୁହଁନ୍ତି, ଚାଟ୍ ଜିପିଟି କମ୍ପାନୀର ସିଇଓ ମଧ୍ୟ ଏଆଇକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଆଇ ଦ୍ୱାରା ଅନେକ ଲୋକ ଜବ୍ ଲେସର ଶିକାର ହୋଇପାରନ୍ତି ବୋଲି ସେ କହିଛନ୍ତି ।