କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷାକୁ ଅତ୍ୟାଧୁନିକ ପ୍ରଣାଳୀ ଅନ୍ତର୍ଗତ କରାଯିବ । ପ୍ରତି ସରକାରୀ ସ୍କୁଲରେ କମ୍ପ୍ୟୁଟର ଲ୍ୟାବ୍ ରହିବ । ଏନଇପି ଅନୁଯାୟୀ ଷଷ୍ଠ ଶ୍ରେଣୀରୁ କୋଡିଂ କ୍ଲାସ ହେବ । ବିଦ୍ୟାଳୟମାନଙ୍କରେ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା କରାଯିବା ସହ ନବମ ଶ୍ରେଣୀରୁ କ୍ୟାରିଅର କାଉନସେଲିଂ ସୁବିଧା ରହିବ । ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିକାଶ କରାଯିବ ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରୀ ବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ ବିପ୍ଳବ ଆଣିବାକୁ ଏଆଇ ପ୍ଲାଟଫର୍ମ ଆରମ୍ଭ ହେବ । ୮୦୦ ସରକାରୀ ବିଦ୍ୟାଳୟକୁ ପିଏମଶ୍ରୀ ବିଦ୍ୟାଳୟରେ ପରିଣତ କରାଯିବ । ଏହାସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଆଇଟିଆଇ କଲେଜଗୁଡିକର ଭିତ୍ତିଭୂମି ଓ ପାଠ୍ୟକ୍ରମ ବୃଦ୍ଧି ଉପରେ ଆଧୁନୀକିକରଣ କରାଯିବ ।
ରାଜ୍ୟପାଳଙ୍କ ଅଭିଭାଷଣର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ:
* ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ ରଖାଯାଇଛି
* ଅଙ୍ଗନୱାଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ
*ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦେଶ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ
* ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ୟ୍ୟକ୍ରମ ଆରମ୍ଭ କରିବେ ସରକାର
* ଗ୍ରୀନ ଇଣ୍ଡଷ୍ଟ୍ରିଆଲ ପଲିସି କାର୍ୟ୍ୟକାରୀ କରାଯିବ ଜ୍ଝ ବୈଦ୍ୟୁତିକ ଜାନବାହାନକୁ ପ୍ରୋତ୍ସାହନ ପାଇଁ ଚାରି ଓ ଛ ଚକିଆ ଜାନକୁ ସବସିଡି ଦେବ ସରକାର...
* ଉପକୂଳ ଅଂଚଳରେ ବାତ୍ୟା ପ୍ରଭାବ କମାଇବାକୁ ଉପକୁଳ ଅଂଚଳରେ ୪୮୦ କିଲୋମିଟର ବନିକରଣ କାର୍ୟ୍ୟକ୍ରମ ହାତକୁ ନେବେ
* ୨୦୨୭ ସୁଦ୍ଧା ପୃଷ୍ଟିହୀନତା ହ୍ରାସ କରାଯିବ
* ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ ରଖାଯାଇଛି
* ଅଙ୍ଗନୱାଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ
* ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ ଉଦେଶ୍ୟରେ ଅଙ୍ଗନବାଡି କର୍ମୀଙ୍କୁ ଶୈକ୍ଷିକ ସାଧନ ବ୍ୟକ୍ତି ତାଲିମ ଦିଆଯିବ
* ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ୟ୍ୟକ୍ରମ ଆରମ୍ଭ କରିବେ ସରକାର
* ନୂଆ କ୍ରୀଡାନୀତି ଆସିବ, କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ କ୍ରୀଡା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା କରାଯିବ
* ଓଡିଶା ହସ୍ତଶିଳ୍ପ ଡିଜାଇନ ବ୍ୟାଙ୍କ ପ୍ରତିଷ୍ଠା କରାଯିବ ଜ୍ଝ ହସ୍ତଶିଳ୍ପ ଉତ୍ପାଦକୁ ବ୍ରାଣ୍ଡ ଭାବରେ ପରିଚିତ କରାଯିବ
* ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ
* ଅନୁସୂଚିତ ଅଂଚଳକୁ ପଂଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କାର୍ୟ୍ୟକାରୀ କରାଯିବ