କୋର୍ଟରେ ଲଢିବ ରୋବଟ୍ । ଓକିଲଙ୍କୁ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା

333

କନକ ବ୍ୟୁରୋ : କୋର୍ଟ କଚେରୀ ଚକରରେ ଲୋକଙ୍କର ଅନେକ ସମୟ ବରବାଦ ହୁଏ । ଓକିଲଙ୍କୁ ଟଙ୍କା ଦେଇ ଦେଇ ଲୋକେ ସର୍ବସାନ୍ତ ହୋଇଯାଆନ୍ତି । ଅନେକ ଲୋକ ଟଙ୍କା ଖର୍ଚ୍ଚ କରି ମଧ୍ୟ ନ୍ୟାୟ ପାଇନଥାନ୍ତି । କିନ୍ତୁ ବର୍ତ୍ତମାନ ଏପରି ଏକ ରୋବଟ୍ ତିଆରି ହୋଇଛି, ଯାହା କୋର୍ଟରେ ଲୋକଙ୍କ କେସ୍ ଲଢିବ ।

ଆମେରିକାରେ ପ୍ରଥମ ଥର ପାଇଁ ଏପରି ଏକ ରୋବଟ ଡେଭଲପ୍ କରାଯାଇଛି । ଯାହା କୋର୍ଟରେ ଲୋକଙ୍କ ପାଇଁ କେସ୍ ଲଢିବ । ଫେବ୍ରୁଆରୀ ମାସରେ ଏହି ରବୋଟ ଜଣେ ମାମଲାକାରୀଙ୍କ ପାଇଁ କେସ୍ ଲଢିବ ବୋଲି ଜଣାପଡିଛି । ତେବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରବୋଟକୁ ‘ଡୁ ନଟ୍ ପେ’ ନାମକ କମ୍ପାନୀ ପ୍ରସ୍ତୁତ କରିଛି ।

ରୋବଟକୁ ତିଆରି କରିଥିବା ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ରୋବର୍ଟ ଏକ ସ୍ମାର୍ଟଫୋନ୍ ଦ୍ୱାରା ପରିଚାଳିତ ହେବ । ମାମଲାକାରୀଙ୍କୁ ଆଗକୁ କଣ କରିବାକୁ ହେବ ସେନେଇ କେର୍ଟରେ ଏହି ରୋବଟ୍ ନିର୍ଦ୍ଦେଶ ଦେବ । ତେବେ ଏହି ରୋବଟକୁ ଡୁ-ନଟ୍-ପେ’ ନାମକ କମ୍ପାନୀ ବନାଇଛି । ୨୦୧୫ରେ ବୈଜ୍ଞନିକ ଜୋସୁଆ ବ୍ରାଉନର୍ ଏହି କମ୍ପାନୀକୁ ସ୍ଥାପିତ କରିଥିଲେ । ଏହି ରୋବଟ୍ ବନାଇବା ପଛରେ ତାଙ୍କର ଉଦେଶ୍ୟ ଥିଲା, ଲୋକଙ୍କୁ ସାହାର୍ଯ୍ୟ କରିବା । ଯେଉଁ କେସକୁ ଲଢିବା ପାଇଁ ଓକିଲ ଲକ୍ଷ ଲକ୍ଷ ଟଙ୍କା ନେଇଯାଇଥାଆନ୍ତି । ସେହି କେସକୁ ରୋବଟ୍ ଲଢି ନ୍ୟାୟ ଦେବା ସହିତ, ଲୋକଙ୍କ ଟଙ୍କା ବଞ୍ଚାଇବା ଏହି ରୋବଟ୍ ତିଆରି କରିବା ପଛର ଲକ୍ଷ ରହିଛି ।

ଓକିଲଙ୍କ ଚାକିରି ଉପରେ ସଂକଟ :
ଜୋସୁଆ ବ୍ରାଉନରଙ୍କ କହିବା କଥା ହେଉଛି, ୟୁରୋପିୟ କୋର୍ଟରେ ମାନବାଧୀକାର ପାଇଁ ଲଢିବା ନେଇ ଅନେକ ଓକିଲ ଅଛନ୍ତି କିନ୍ତୁ ତାଙ୍କର ଫିସ୍ ଯଥେଷ୍ଟ ଅଧିକ । ଜଣେ ସାଧାରଣ ଲୋକ ତାଙ୍କର ଫିସ୍ ଦେବା ପାଇଁ ସମ୍ପୁର୍ଣ୍ଣ ଅକ୍ଷମ ହେବ । ତେଣୁ ଏହି ରୋବଟ୍ କେସ୍ ଲଢିଲେ ଲୋକଙ୍କୁ ଅଧିକ ମାତ୍ରାରେ ଫିସ୍ ଦେବାକୁ ପଡିବ ନାହିଁ । କାରଣ ଯେଉଁଠି ଡକ୍ୟୁମେଣ୍ଟେସନ୍ ପାଇଁ ଓକିଲ ଲକ୍ଷ ଲକ୍ଷ ଟଙ୍କା ନେଇଯାଇଥାନ୍ତି ସେହି ପରିସ୍ଥିତିରେ ଡକ୍ୟୁମେଣ୍ଟେସନ୍ ପାଇଁ ରୋବଟ୍ ପାଖରେ କୌଣସି ଖର୍ଚ୍ଚ କରିବାକୁ ପଡିନଥାଏ । ଏହାର ଅର୍ଥ ନୁହେଁ କି ରୋବଟ୍ କେସ୍ ଲଢିଲେ ଫିସ୍ ଦେବାକୁ ପଡିବନି । ଓକିଲଙ୍କ ତୁଳନାରେ ଯଥେଷ୍ଟ କମ୍ ଖର୍ଚ୍ଚ ଦେବାକୁ ପଡିବ । କେସ୍ ହିସାବରେ ୨୦ହଜାରରୁ ନେଇ ୧ଲକ୍ଷ ଟଙ୍କା ଭିତରେ ରୋବଟ୍ ଫିସ୍ ନେଇଥାଏ । ଯେଉଁ ସ୍ଥାନରେ ଓକିଲ ଲକ୍ଷ ଲକ୍ଷ ଟଙ୍କା ନେଇଯାଇଥାନ୍ତି, ସେଭଳି ପରିସ୍ଥିତିରେ ରୋବଟର ଖର୍ଚ୍ଚ ଲକ୍ଷ ସ୍ଥାନରେ ହଜାରକୁ ଖସିଆସିଥାଏ ।

ତେବେ ଯଦି ଏହି ରୋବଟ ସତରେ କାର୍ଯ୍ୟକାରୀ ହୁଏ । ଯଦି ଏହା ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୁଏ, ତାହେଲେ ଏହା ଦ୍ୱାରା ଅନେକ ସାଧାରଣ ଲୋକ ଉପକୃତ ହେବେ ।