କନକ ବ୍ୟୁରୋ: ନେତାଙ୍କ ମୁହଁରେ ଜୟ ଜଗନ୍ନାଥ ନାରା । ଶଙ୍ଖ ମୋର ଗର୍ବ ପରେ ବିଜେଡି ଏବେ ଜୟ ଜଗନ୍ନାଥ ସ୍ଲୋଗାନ୍କୁ ନେଇ ସୋସିଆଲ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରିଛି । ଦଳର ସମସ୍ତ ନେତା ସୋସିଆଲ ମିଡିଆରେ ଜୟ ଜଗନ୍ନାଥ କହି ଭିଡିଓ ସେୟାର କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ଶଙ୍ଖ ମୋ ଗର୍ବ ଜରିଆରେ ଦଳର ନେତା ଏକ କ୍ୟାମ୍ପେନ୍ ଚଳାଇଥିଲେ । ଆଉ ଏହା ପରେ ଜୟ ଜଗନ୍ନାଥର ନାରା ଦଳର ନେତାଙ୍କ ମୁହଁରେ ଦେଖିବାକୁ ମିଳିଛି । ମାତ୍ର କିଛି ଦିନ ତଳେ ଦଳର ଶଙ୍ଖ ମୋ ଗର୍ବ କ୍ୟାମ୍ପେନ ଟ୍ରେଣ୍ଡ କରିଥିଲା । ଆଉ ଏହାର କିଛି ଦିନ ପରେ ପୁଣି ଏହି ଭଳି ଜୟ ଜଗନ୍ନାଥର କ୍ୟାମ୍ପେନ ଦଳ ଆରମ୍ଭ କରିଛି ।
ସେପଟେ ବିଜେଡିର ଏହି କ୍ୟାମ୍ପେନକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କଟାକ୍ଷ କରିଛନ୍ତି । ସେ କହିଛନ୍ତି ସେମାନେ କହୁଥିଲେ ଶଙ୍ଖ ମୋ ଗର୍ବ ମୁଁ କହିଲି ଜଗନ୍ନାଥ ଆମର ଗର୍ବ । ମୋ କଥାକୁ ଅନୁକରଣ କରିଛନ୍ତି ସେମାନେ । ଆଗରୁ ଦେଖିଲେ ନମସ୍କାର କରୁଥିଲେ । କିନ୍ତୁ ଏବଂ ଦେଖିଲେ ଆଉ ନମସ୍କାର କରୁନାହାନ୍ତି ବରଂ ଜୟ ଜଗନ୍ନାଥ କହୁଛନ୍ତି । ଦଳର ନେତା ମାନେ ସ୍ୱର ବଦଳାଉଛନ୍ତି । ଏଥିରୁ ବୁଝିବା ଦରକାର ଯେ କଣ ଚାଲିଛି । ଦିନକୁ ଦିନ ବିଜେପି ବିଜେଡି ଏକ ହେଉଛନ୍ତି । ଏଠି ପରସ୍ପର ବିରୋଧରେ ଆକ୍ରମଣ ମୁଦ୍ରାରେ ନଜର ଆସୁଛନ୍ତି ସେପଟେ କିନ୍ତୁ ଦିଲ୍ଲୀରେ କୋଳାକୋଳି ହେଉଛନ୍ତି । ଗୋଟିଏ ଟଙ୍କାର ଦୁଇଟି ପାଶ୍ୱର୍ । ସବୁ ବିରୋଧୀ ଏକାଠି ହେଲେ କିନ୍ତୁ ବିଜେଡି ବିରୋଧୀଙ୍କ ସହ ଆସିଲେନାହିଁ । ଏମାନେ ଏଠି ଗୋଟେ ଆଉ ଦିଲ୍ଲୀରେ ଆଉ ଗୋଟେ ରୂପରେ ନଜର ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/15-21.jpg)