କନକ ବ୍ୟୁରୋ : ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । କେବେ ରଶ୍ମିକା ମନ୍ଧନାଙ୍କ ଅବିକଳ ଭାଇରାଲ ହେଉଛି ତ କେବେ ଅମିତାଭ ବଚନଙ୍କ ଅବିକଳ । ହେଲେ ଏହା କେବଳ ଭାରତରେ ନୁହେଁ କି ସିନେ ପରଦାରେ ନୁହେଁ ରାଜନେତାଙ୍କ ପାଇଁ ମଧ୍ୟ ଏହା ବଡ ବିପଦ ସୃଷ୍ଟି କରିବାକୁ ଯାଉଛି । କାରଣ ଆଜି ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଅବିକଳକୁ ଦେଖିବାକୁ ମିଳିଛି । ସେ ପୁଣି ଗୋଟିଏ ମଞ୍ଚରେ । ଯେଉଁଠି ପ୍ରକୃତ ପୁଟିନ ଅଛନ୍ତି ସେହି ମଞ୍ଚରେ ମଧ୍ୟ ଏଆଇ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏଆଇ ପୁଟିନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟୁ ଏଆଇ ପୁଟିନ ପ୍ରଶ୍ନ ପଚାରୁଛନ୍ତି ତ ଅନ୍ୟପଟେ ପ୍ରକୃତ ପୁଟିନ ତାର ଉତର ଦେଉଛନ୍ତି । ବିଶ୍ୱାସ କରିପାରୁନଥିଲେ ବି ଆଟିଫିସିଆଲ ଇଂଟେଲିଜେନ୍ସର ଚମକ୍ରାର ପୁଣି ଥରେ ଦେଖିବାକୁ ମିଳିଛି । ରୁଷର ଏକ ନ୍ୟୁଜ କନଫେରେନ୍ସରେ ମୁଖ୍ୟ ଅତିଥି ହୋଇ ପହଁଚିଥିଲେ ରାଷ୍ଟ୍ରପତି ପୁଟିନ । ଏହି ସମୟରେ ସ୍କ୍ରିନରେ ହଠାତ ନଜର ଆସିଥିଲେ ପୁଟିନଙ୍କ ଏଆଇ ଭର୍ସନ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଦର୍ଶକ ପ୍ରଶ୍ନ ପଚାରିଥିବାବେଳେ ଏଆଇ ପୁଟିନ ମଧ୍ୟ ପ୍ରଶ୍ନ କରିଥିଲେ ।

Advertisment

ଏଆଇ ପୁଟିନ କହିଥିଲେ.....ହ୍ୟାଲୋ ମିଷ୍ଟର ପୁଟିନ । ମୁଁ ଜଣେ ଛାତ୍ର ଓ ପିଟର୍ସବର୍ଗ ବିଶ୍ୱବିଦ୍ୟାଳୟର ଛାତ୍ର ଅଟେ । ଆଟିଫିସିଆଲ ଇଂଟେଲିଜେନ୍ସ ସମ୍ବନ୍ଧିତ ବିପଦକୁ ନେଇ ଆପଣଙ୍କ ମତାମତ କ’ଣ?

ଜବାବରେ ରାଷ୍ଟ୍ରପତି ପୁଟିନ କହିଥିଲେ.... ଏଆଇକୁ ଡରିବା କୌଣସି ଆବଶ୍ୟକତା ନାହିଁ । ଆଗକୁ ସତର୍କତା ସହ ଏଆଇ ବ୍ୟବହାର କରିବା ଉଚିତ । ଏଆଇର ଭବିଷ୍ୟତ କ”ଣ କେହି ଜାଣନ୍ତି ନାହିଁ । ଆପଣ ମୋ ପରି କଥା ହୋଇପାରିବେ, ମୋ ସ୍ୱର ବ୍ୟବହାର କରିପାରିବେ, ମୋତେ ନକଲ କରିପାରିବେ । କିନ୍ତୁ ଜଣେ ମାତ୍ର ବ୍ୟକ୍ତି ଯିଏ କେବଳ ମୋ ପରି କଥା ହୋଇପାରିବ, ମୋ ନକଲ କରିପାରିବ ଆଉ ସେ ମୁଁ ନିଜେ ।

ରୁଷର ଗଣମାଧ୍ୟମଠୁ ନେଇ ସୋସିଆଲ ମିଡିଆ । ସବୁଠି ଏବେ ପୁଟିନ ଓ ଏଆଇ ପୁଟିନଙ୍କ କଥାବାର୍ତା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।