ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ଧରିଲା ଏଆଇ । ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ୟାମେରାରରେ କଏଦ ହେଲା ପରୀକ୍ଷା କେନ୍ଦ୍ରରେ ବ୍ୟତିକ୍ରମ

729

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ବିଭିନ୍ନ ସ୍କୁଲରେ କିଛି ବ୍ୟତିକ୍ରମ ହୋଇଥିବା କଥା ସାମ୍ନାକୁ ଆସିଥିଲା । ଆଉ ସେସବୁ ବ୍ୟତିକ୍ରମ ଧରିଛି ଏଆଇ । ୫ଟି ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ନେଇ ଏଆଇରେ କଏଦ ହୋଇଛି । କଟକର ଚାରୋଟି ସ୍କୁଲରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ନରସିଂହପୁରର ଏକ ସରକାରୀ ସ୍କୁଲୀ ପରୀକ୍ଷା ହଲରେ ମହିଳା ପୁଲିସ ବିନା କାରଣରେ ପଶିଥିବା ବେଳେ ପିଲାମାନେ ମଧ୍ୟ ପରସ୍ପର ସହ କଥା ହେଉଥିବା ଦୃଶ୍ୟ କଏଦ ହୋଇଛି । କାନପୁରର ଏକ ପରୀକ୍ଷା କେନ୍ଦ୍ରରେ କିଛି ଅଜଣା ଲୋକ ଝରକା ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି କଳାହାଣ୍ଡି ଜିଲ୍ଲା କୋକସରାରେ ଜଣେ ମହିଳା ଶିକ୍ଷୟିତ୍ରୀ ସକାଳ ୯ଟା ୧୭ରେ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଢେଙ୍କାନାଳର ମେରାମୁଣ୍ଡୁଳିରେ ଏକ ପରୀକ୍ଷା କେନ୍ଦ୍ରରେ ୧୦ଟା ୪ ମିନିଟରେ ନିରୀକ୍ଷକ ହଲରେ ନଥିବା ଦେଖିବାକୁ ମିଳିଛି । ଏହାବ୍ୟତୀତ ଅନ୍ୟ ଏକ କେନ୍ଦ୍ରରେ ପ୍ରଶ୍ନପତ୍ର ଡେସପାଚ୍ ବିଳମ୍ବ ହୋଇଥିବା ଏଆଇ କ୍ୟାମେରାରେ କଏଦ ହୋଇଛି ।