ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)  ବଢାଇଲା ମେକଅପ୍ ବେପାର

Advertisment
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)  ବଢାଇଲା ମେକଅପ୍ ବେପାର

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଅଗମେଣ୍ଟେଡ୍ ରିଅଲିଟି (AR) ମେକଅପ୍ ଇଣ୍ଡଷ୍ଟ୍ରିକୁ ଏକ ନୂତନ ଯୁଗକୁ ନେଇଯିବାକୁ ବସିଛି । ମେକ୍ଅପ୍ କମ୍ପାନୀ ଏବଂ ବ୍ରାଣ୍ଡଗୁଡିକ ବର୍ତ୍ତମାନ AI ଆଧାରିତ ସ୍ମାର୍ଟ ବିଉଟି ମିରର୍ ଏବଂ ଭର୍ଚୁଆଲ୍ ମେକଅପ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ସେମାନଙ୍କର ଉତ୍ପାଦ ପରୀକ୍ଷା ଏବଂ ଟ୍ରାଏଲ କରିବାକୁ ଅଫର୍ ପ୍ରଦାନ କରୁଛନ୍ତି । ସବୁ ଗ୍ରାହକଙ୍କ ପାଇଁ ଗୋଟିଏ ଉତ୍ପାଦ ବଦଳରେ ଗ୍ରାହକଙ୍କ ସ୍କିନ ଟୋନ  ଅନୁଯାୟୀ ସ୍ୱତନ୍ତ୍ର ଉତ୍ପାଦ ପ୍ରସ୍ତୁତ କରାଯାଉଛି ।  ଏହା ବ୍ୟତୀତ ବଜାରର ଟ୍ରେଣ୍ଡକୁ  ଆକଳନ କରିବା ପାଇଁ AI ର ମଧ୍ୟ ସାହାଯ୍ୟ ନିଆଯାଉଛି ।

ଅନ-ସ୍କ୍ରିନ ମେକଅପ୍ ପାଇଁ ‘ମଁଡିଫେସ’ ପରି ଆପ୍ ର ପ୍ରୟୋଗ

ବିଶ୍ବପ୍ରଖ୍ୟାତ ମେକଅପ୍ ବ୍ରାଣ୍ଡ ମେବେଲିନ ମାଇକ୍ରୋସଫ୍ଟ ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟେକ୍ନୋଲୋଜି ପାଇଁ ବୁଝାମଣା ସ୍ବାକ୍ଷର କରିଛି । ମେବେଲିନର ପ୍ଯାରେଣ୍ଟ କମ୍ପାନୀ ‘ଲ’ରିଏଲ’ ପାଖରେ ଅନ-ସ୍କ୍ରିନ ମେକଅପ୍ ପାଇଁ  ‘ମଁଡିଫେସ’ ଆପ୍ ଏବଂ ଏକ ଭରଚୁଆଲ ମେକଅପ୍ ବ୍ୟାଗ ରହିଛି । ଏହି ବ୍ୟାଗରେ ଆପଣ 12 ପ୍ରକାର ଲୁକସ୍ ଟ୍ରାଇ କରିପାରିବେ ।

ସୌନ୍ଦର୍ଯ୍ୟ ପ୍ରସାଧନ ଉତ୍ପାଦ ବଜାର 1.3 ଲକ୍ଷ କୋଟିରେ ପହଞ୍ଚିବ

ଇନସାଇଟ୍ ଏସ୍ ଆନାଲିଟିକ୍ସ ଅନୁଯାୟୀ 2022 ମସିହାରେ ଭାରତର ସୌନ୍ଦର୍ଯ୍ୟ ଏବଂ ପ୍ରସାଧନ ବଜାରର ମୂଲ୍ୟ 26,700 କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛି ।  2031 ସୁଦ୍ଧା ବାର୍ଷିକ 19.6% ବୃଦ୍ଧି ହୋଇ ଏହା 1.30 ଲକ୍ଷ କୋଟିରେ ପହଞ୍ଚିପାରେ । ବିଦେଶୀ କମ୍ପାନୀଗୁଡିକ ଭାରତୀୟ ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି କିନ୍ତୁ ବର୍ତ୍ତମାନ ଅନେକ ଭାରତୀୟ କମ୍ପାନୀ ବର୍ତ୍ତମାନ ସେମାନଙ୍କ ସହ କଡ଼ା ମୁକାବିଲା କରିବା ଆରମ୍ଭ କରିଦେଲେଣି ।

'ଲାକମେ'ର  ‘ସ୍କିନ ଆଡଭାଇଜର’ ଆପ୍ ରେ ନିଜର ସେଲଫି ଡାଉନଲୋଡ କରି ସ୍କିନ ଟୋନକୁ ଗଭୀର ଭାବେ ଅନୁକ୍ଷଣ କରିପାରିବେ । ଜାନୁଆରୀରେ ‘ଏସଟି ଲାଉଡ଼ର’ରେ ଏକ ଭଏସ ଏନାବଲ୍ ମେକଅପ୍ ଆସିଷ୍ଟାଣ୍ଟ ଆପ୍ଲିକେସନ ଲଞ୍ଚ କରିଛି । ଏଥିରେ ଆପଣଙ୍କୁ ସେ ଲିପଷ୍ଟିକ, ଆଇ ସାଡୋ କିମ୍ବା ଫାଉଣ୍ଡେସନ ଲଗାଇବା ପାଇଁ ଅଡ଼ିଓ ଫିଡବ୍ୟାକ ପ୍ରଦାନ କରୁଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଏହି ସୁବିଧା ସବୁ ଉପଲବ୍ଧ

DNA ଟେଷ୍ଟିଂ କିଟ୍

ଉପଭୋକ୍ତାଙ୍କ ଜିନ୍ ଉପରେ ଆଧାର କରି କମ୍ପାନୀଗୁଡିକୁ ଉତ୍ପାଦ ବିକାଶ  ଉପଭୋକ୍ତାଙ୍କର ସ୍କିନ ଟୋନ,ରଙ୍ଗ, ଉଚ୍ଚତା ଇତ୍ୟାଦିକୁ ଆଧାର କରି ଉପଭୋକ୍ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଉତ୍ପାଦ ତିଆରି

ଫେସ୍ ସ୍କାନର୍

ଚେହେରାର ଗଠନ ଅନୁଯାୟୀ ଆପଣଙ୍କୁ ଭିନ୍ନ ଭିନ୍ନ ଲୁକସ ପାଇଁ ପରାମର୍ଶ।

ଭର୍ଚୁଆଲ୍ ମେକ୍ ଅପ୍ ଟୁଲ୍

ଗ୍ରାହକମାନେ ଏହି  ସ୍ୱତନ୍ତ୍ର AI ଟୁଲରେ ଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ଚେଷ୍ଟା କରିପାରିବେ

ଏଆର୍(AR) ଫିଲ୍ଟର୍

ଏହି ଫିଲ୍ଟର ଆପଣଙ୍କୁ ଭିନ୍ନଭିନ୍ନ ଡିଜିଟାଲ୍ ଲୁକସ୍ ଗୁଡିକୁ ଅନୁଭବ କରିବାର ସୁଯୋଗ ପ୍ରଦାନ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe