ବିଭିନ୍ନ ବୋର୍ଡ ପରୀକ୍ଷାର ଫଳ ପ୍ରକାଶ ପାଇବା ପରେ ଏବେ ଚାରିଆଡ଼େ ନାମଲେଖା ମାହୋଲ୍ । ଉଚ୍ଚ ଶିକ୍ଷା ପାଇଁ ପ୍ରତିଯୋଗୀତା । କିଏ ଇଞ୍ଜିନିୟର, କିଏ ଡାକ୍ତର, ଆଉ କିଏ ଆଇଏଏସ୍ ବା ଆଇପିଏସ୍ ହେବା ପାଇଁ ଦେଖୁଛି ସ୍ୱପ୍ନ । ତେବେ ଦ୍ୱାଦଶ ଶ୍ରେଣୀରେ ୯୯.୯% ନମ୍ବର ରଖିଥିବା ଜଣେ ପିଲା କିନ୍ତୁ ଅଫିସର୍ ହେବାପାଇଁ ନୁହେଁ ବରଂ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଟପ୍ପର ହେଉଛନ୍ତି ଗୁଜରାଟର ଅହମ୍ମଦାବାଦ ସହରର ୧୭ ବର୍ଷର ବର୍ଷିଲ୍ ଶାହ । ଗୁଜରାଟ ବୋର୍ଡରେ ସେ ଟପ୍ ହୋଇଛନ୍ତି ।
ସନ୍ନ୍ୟାସୀ ହେବା ପାଇଁ ସେ ମାତାପିତାଙ୍କୁ ଅନୁମତି ମଧ୍ୟ ମାଗିଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ମାତାପିତା ବର୍ଷିଲର ଏହି ନିଷ୍ପତ୍ତିକୁ ବିରୋଧ କରିନଥିଲେ କି କୌଣସି ଆପତ୍ତି ନକରିଥିଲେ । ବରଂ ପୁରା ପରିବାର ବର୍ଷିଲର ଦୀକ୍ଷା ସମାରୋହ ପ୍ରସ୍ତୁତିରେ ଜୁଟିଛନ୍ତି । ଯାହା ଜୁନ୍ ୮ରେ ଗାନ୍ଧୀନଗରରେ ଅନୁଷ୍ଠିତ ହେବ । ଏହି ଦିନ ବର୍ଷିଲ ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରିବେ ।
ଆୟକର ବିଭାଗରେ ଇନ୍ସପେକ୍ଟର ପଦରେ କାର୍ଯ୍ୟରତ ବର୍ଷିଲଙ୍କ ପିତା ଜିଗର ଶାହ କହିଛନ୍ତି ଯେ ତାଙ୍କର ପରିବାର ଆରମ୍ଭରୁ ହିଁ ଆଧ୍ୟାତ୍ମିକ ପ୍ରତି ରୁଚି ରଖିଆସିଛନ୍ତି । ଜିଗର କୁହନ୍ତି ଯେ ମୋ ପତ୍ନୀ ଅମି ବହୁତ ଆଧ୍ୟାତ୍ମିକ ସ୍ଵଭାବର ଅଟେ ଏବଂ ମୋ ପୁଅ ବର୍ଷିଲ୍ ତାର ଭଉଣୀ ମଧ୍ୟ ଧର୍ମ ପରାୟଣ ଅଟେ । ସ୍କୁଲ୍ ଛୁଟି ହେଲେ ସେ ବର୍ଷିଲ ବୁଲିବା ପରିବର୍ତ୍ତେ ସତସଙ୍ଗ ଯିବାକୁ ପସନ୍ଦ କରିଥାଏ ।
ସୌଜନ୍ୟ : ହିନ୍ଦୁସ୍ତାନ୍ ଟାଇମ୍ସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/96794cbe-4aa2-11e7-81ca-1a4d4992589d.jpg)