ଆଜିଠୁ ପୁଣି ଖୋଲିଲା କରତାରପୁର କରିଡର : କରୋନା ପାଇଁ ୨୦୨୦ ମାର୍ଚ୍ଚରୁ ବନ୍ଦ ଥିଲା ଶୀଖ ଧର୍ମସ୍ଥଳ

ପାଳନ ହେବ କରୋନା କଟକଣା; ପ୍ରତ୍ୟେକ ଦିନ ୧୦୦ରୁ ୨୦୦ ଶ୍ରଦ୍ଧାଳୁଙ୍କୁ ଅନୁମତି

123

କନକ ବ୍ୟୁରୋ : ଆଜିଠୁ ଖୋଲିଲା କରତାରପୁର ସାହିବ କରିଡର । ଆସନ୍ତା ଶୁକ୍ରବାର ଦିନ ଗୁରୁ ନାନକଙ୍କ ଜୟନ୍ତୀ ପଡୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ୨୬ରୁ କରିଡର ବନ୍ଦ ଥିଲା । ତେବେ ମହାମାରୀ ସ୍ଥିତି ସୁଧୁରିଥିବାରୁ କରିଡର ପୁଣି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ କରିଡର ଯିବାକୁ ହେଲେ କୋଭିଟ କଟକଣା ପାଳନ କରିବାକୁ ହେବ । ୪ .୫ କିଲୋମିଟରର ଏହି କରିଡର ପଞ୍ଜାବର ଗୁରଦାସପୁରର ଆରମ୍ଭ ହୋଇ ଅନ୍ତର୍ଜୀତୀୟ ସୀମା ଦେଇ ପାକିସ୍ତାନର କରତାରପୁରକୁ ଯୋଡିଥାଏ ।

ଶିଖ ଧର୍ମଗୁରୁ ନାନକ ତାଙ୍କ ଜୀବନକାଳର ଶେଷ ୧୮ ବର୍ଷ ଏହି ସ୍ଥାନରେ କଟାଇଥିଲେ । ତେବେ କରୋନା ଟିକା ନେଇଥିବା ଲୋକଙ୍କୁ ହିଁ ପାକିସ୍ତାନ ଯିବାକୁ ଅନୁମତି ମିଳିବ । ଏହାସହିତ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବି ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ପାକିସ୍ତାନ ଭାରତକୁ ଅନୁରୋଧ କରିଥିଲା, ଯାହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟେକ ଦିନ ଶହେରୁ ୨ ଶହ ଶ୍ରଦ୍ଧାଳୁଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ । ତେବେ ଗୁରୁ ନାନକ ଜୟନ୍ତୀରେ ଏହି ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଉଛି ।