୬ଟି ଲୋକସଭା ଓ ୪୧ ବିଧାନସଭା ପାଇଁ କାଲି ପଡିବ ଭୋଟ୍ । ଇଭିଏମ୍ ଓ ଭିଭିପ୍ୟାଟ୍ ସହ ବୁଥ ମୁହାଁ ପୋଲିଂ ପାର୍ଟି

ସୁରକ୍ଷା ପାଇଁ ନଦୀ ପାର ହୋଇ ଅସ୍ତରଙ୍ଗ ଦୀପାଂଚଳରେ ଫ୍ଲାଗମାର୍ଚ୍ଚ କଲେ ବିଏସଏଫ ଯବାନ

157

କନକ ବ୍ୟୁରୋ: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର ଏବେ ମତଦାନକୁ ଅପେକ୍ଷା । ଆସନ୍ତାକାଲି ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ପଡିବ ଭୋଟ । ଗତକାଲିଠାରୁ ପ୍ରଚାର ସରିବା ପରେ ଏବେ ୪୮ ଘଂଟିଆ ନୀରବ ମୁହୂର୍ତ । ପୋଲିଂ ପାଇଁ ଏବେ ବୁଥ୍ ମୁହାଁ ପୋଲିଂ କର୍ମଚାରୀ । ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସହିତ ସମସ୍ତ ସାମଗ୍ରୀ ନେଇ ପୋଲିଂ କର୍ମଚାରୀ ମୁନିସିପାଲିଟିରେ ପହଁଚି ଯାଇଛନ୍ତି । ଅନ୍ୟ ଦୂର ସ୍ଥାନ ଗୁଡିକରେ ଆଜି ସୁଦ୍ଧା ପୋଲିଂ କର୍ମଚାରୀ ପହଁଚିଯିବେ ବୋଲି ସୂଚନା ମିଳିଛି ।

ସେପଟେ, ଆସନ୍ତାକାଲି ଜଗତସିଂହପୁର ଲୋକସଭା ଆସନ ଭୋଟ ପଡିବ । ଏହି ଲୋକସଭା ଅଧିନରେ ଥିବା ୭ଟି ବିଧାନସଭା କ୍ଷେତ୍ର ପାଇଁ ମତ ସାବ୍ୟସ୍ତ କରିବେ ମତଦାତା । ଜଗତସିଂହପୁର ଲୋକସଭା ଅଧିନ କାକଟପୁର ବିଧାନସଭା ମତଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି । ମତଦାନ ସମୟରେ ହିଂସାକାଣ୍ଡର ଆଶଙ୍କା କରି ଫ୍ଲାଗ ମାର୍ଚ୍ଚ କରିଛନ୍ତି ବିଏସଏଫ ଯବାନ । ବିଶେଷ କରି ଅସ୍ତରଙ୍ଗ ବ୍ଲକର ତାଳଦା ପଂଚାୟତର ବିଚ୍ଛିନ୍ନାଂଚଳରେ ନଦୀ ପାର ହୋଇ ପହଂଚିଛନ୍ତି ସୁରକ୍ଷା କର୍ମୀ । ଡଙ୍ଗାରେ ବସି ଦେବୀ ନଦୀ ପାର ହେବା ପରେ ଦୀପାଂଚଳରେ ଫ୍ଲାଗ ମାର୍ଚ କରିଛନ୍ତି ବିଏସଏଫ ଯବାନ ।

 

ସେହିଭଳି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରସାଶନ ଉଦ୍ୟମ । କଟକ ଜିଲ୍ଲା ନିଆଳୀ ନିର୍ବାଚନ ମଣ୍ଡଳୀରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ୍ । ଆସନ୍ତା ୨୯ ତାରିଖରେ ନିଆଳୀ ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍ । କଟକ ଜିଲ୍ଲା ନିଆଳୀ ନିର୍ବାଚନ ମଣ୍ଡଳୀରେ ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । କିଭଳି ଭାବରେ ସାଧାରଣ ଭୋଟରମାନେ ନିର୍ଭିକ ତଥା ଶାନ୍ତି ଶୃଙ୍ଖଳାରେ ସେମାନଙ୍କର ମତଦାନ କରିବେ , ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି । ଗତ କାଲି କପାସି , ପୋଦନା , ବଡାର ଓ ନିଆଳୀ ବଜାର ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି ।