କନକ ବ୍ୟୁରୋ : ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଲୋକଙ୍କୁ ମଦ ଓ କୁକୁଡା ବାଣ୍ଟିଲେ ନେତା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ଆଉ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହାଇଦ୍ରାବାଦରେ ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତା ମଦ ଓ କୁକୁଡା ବାଣ୍ଟି ଏବେ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ବିଜୟା ଦଶମୀ ଅବସରରେ ଟିଆରଏସ ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ ରାଷ୍ଟ୍ରୀୟ ରାଜନୈତିକ ଦଳ ଘୋଷଣା କରିପାରନ୍ତି ।
ଏଥିରେ ଉତ୍ସାହିତ ହୋଇ ଟିଆରଏସ ନେତା ରାଜନାଲା ଶ୍ରୀହରି ସ୍ପଷ୍ଟ ଦିବାଲୋକରେ, ରାସ୍ତା ଉପରେ ଟେବୁଲ ପକାଇ ଲୋକଙ୍କୁ କୁକୁଡା ବାଣ୍ଟିଛନ୍ତି । ଆଉ ନେତାଙ୍କ ପାଖରେ ଥିବା ଆଉ ଜଣେ ଦଳୀୟ କର୍ମୀ କୁକୁଡା ନେଉଥିବା ଲୋକଙ୍କ ହାତରେ ମଦ ବୋତଲ ଗୁଞ୍ଜି ଦେଉଛନ୍ତି । ଟିଆରଏସ ନେତା ରାଜନାଲା ଶ୍ରୀହରିଙ୍କ ଏପରି କାର୍ଯ୍ୟକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ମଙ୍ଗଳବାର ରାଜନାଲା କୁକୁଡା ଓ ୨ଶହ ବୋତଲ ମଦ ବାଣ୍ଟିଥିବା କୁହାଯାଉଛି । ଆଉ ନେତାଙ୍କ ଏହି ମଦ ସହ କୁକୁଡା ବାଣ୍ଟିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/11.jpg)