କନକ ବ୍ୟୁରୋ : ମଞ୍ଚ ନାଟକ ଠାରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଏକଥାକୁ ଭୁଲ୍ ପ୍ରମାଣିତ କରିଛି ଚକଲେଟ୍ ପ୍ରଡ଼କସନ୍ସ ପ୍ରଯୋଜିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ।  ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୧୬ଟି ସୋ ଅନୁଷ୍ଠିତ ହୋଇସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉକ୍ରଣ୍ଠା ପୂର୍ବବତ୍ ଅତୁଟ ରହିଛି ।  ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆସନ୍ତା ଏପ୍ରିଲ୍ ୫ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ସଂନ୍ଧ୍ୟା ୬ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳଶଇଳ’ ।  ଆଗ୍ରହୀ ଦର୍ଶକଙ୍କ ଲାଗି ଅନଲାଇନରେ ନାଟକର ଅଗ୍ରିମ ଟିକେଟ୍ ଉପଲବ୍ଧ ହୋଇସାରିଛି ।

Advertisment

ବର୍ତ୍ତମାନ ‘ବୁକ୍ ମାଇଁ ସୋ’ ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ ଜାରି ରହିଛି ।  ଟିକେଟ୍ ପାଇବାରେ କୌଣସି ସମସ୍ୟା ହେଲେ ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକଲେଟ୍ ପ୍ରଡକ୍ସନ୍ସ ପକ୍ଷରୁ ଅନୁରୋଧ କରାଯାଇଛି ।  ନାଟକର ରୂପକାର ତଥା ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହନ୍ତି ‘ଆହେ ନୀଳଶଇଳ’ ପୁଣିଥରେ ୫ ଦିନ ପାଇଁ ମଞ୍ଚସ୍ଥ ହେଉଥିବାରୁ ମୁଁ ବହୁତ ଖୁସି ।  ଆନନ୍ଦର ବିଷୟ ହେଲା ଦର୍ଶକଙ୍କ ଭଲପାଇବା ଓ ଅନୁରୋଧ ହେତୁ ଆମକୁ ବାରମ୍ବାର ନାଟକ ପ୍ରଦର୍ଶନ କରିବାକୁ ପଡ଼ୁଛି ।  ମୁଁ ଆଶା କରୁଛି, ଯେଉଁମାନେ ନାଟକ ଦେଖିପାରି ନାହାନ୍ତି ଏଥର ସେମାନେ ନିଶ୍ଚୟ ଦେଖବାର ସୁଯୋଗ ନେବେ ।  ‘ଆହେ ନୀଳଶଇଳ’ ନାଟକ ମାଧ୍ୟମରେ ଚକଲେଟ୍ ପ୍ରଡକ୍ସନ୍ସ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବାରୁ ମୁଁ ଖୁସି ।  publive-imageରାଜଧାନୀ ଭୁବନେଶ୍ୱର, ମହାନଗରୀ ବେଙ୍ଗାଲୁରୁ ଓ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରଦର୍ଶିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଛି ‘ଆହେ ନୀଳଶଇଳ’ ।  ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ‘ଆହେ ନୀଳଶଇଳ’ ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ଼. ପ୍ରତିମା ହୋତା ।  ନିର୍ଦ୍ଦେଶନାରେ ଅଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ ।  ଏଥିରେ ଓଡ଼ିଆ ସିନେମା ଓ ଛୋଟ ପରଦାର ଅନେକ ଜଣାଶୁଣା କଳାକାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ।  ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲାମ୍ ମହାରାଣୀ, ପ୍ରକାଶ ଜେନା ତକୀ ଖାଁ, ରାଜେନ୍ଦ୍ର ସ୍ୱାଇଁ ବକ୍ସି, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଇ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ।  ହାସ୍ୟାଭିନେତା ହାଡ଼ୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି ।  ଏହାବାଦ୍ ଲଳିତ ମୋହନ ପଣ୍ଡା, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା, ରଘୁନାଥ, ପ୍ରଭାତ, ସୁନୀଲ୍, ସୁଜିତ୍, କେକେ, ଚିତ୍ରସେନ, ସତ୍ୟ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।  ବିପ୍ରଞ୍ଜୟ ପ୍ରଡ଼କ୍ସନରେ ସହାୟତା କରିଥିବା ବେଳେ ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ଅନନ୍ତ ଓ ଜିତୁ ।  publive-imageଉଲ୍ଲେଖଯୋଗ୍ୟ, ୨୦୨୨ରେ ପ୍ରଥମେ ଏପ୍ରିଲ୍ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ୱରରେ ମଞ୍ଚସ୍ଥ ହୋଇଥିଲା ‘ଆହେ ନୀଳଶଇଳ’ ।  ଦର୍ଶକଙ୍କ ଅନୁରୋଧ କ୍ରମେ ପୁଣି ଜୁଲାଇରେ କ୍ରମାଗତ ୩ ଦିନ ନାଟକ ଅଭିନୀତ ହେଲା ।  ଏହାପରେ ଅକ୍ଟୋବର ୧୪ରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବେଙ୍ଗାଲୁରୁର ରବୀନ୍ଦ୍ର କଳାକ୍ଷେତ୍ର ପ୍ରେକ୍ଷାଳୟରେ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହୋଇ ପ୍ରବାସୀ ଓଡ଼ିଆ ଓ ସ୍ଥାନୀୟ ଦର୍ଶକଙ୍କ ମନ ମୋହିଥିଲା ।  ତେବେ ବହୁ ଦର୍ଶକ ନାଟକ ଦେଖିବାର ସୁଯୋଗରୁ ବଞ୍ôଚତ ହୋଇଥିବାରୁ ପୁଣି ନଭେମ୍ବରରେ ୫ ଦିନ ଧରି ପ୍ରଦର୍ଶିତ ହୋଇଥିଲା ।  ‘ଆହେ ନୀଳଶଇଳ’କୁ ନେଇ ଦର୍ଶକ ମହଲରେ ଏତେ ମାତ୍ରାରେ ଉତ୍ସାହ ଦେଖାଦେଇଥିଲା ଯେ ସେମାନଙ୍କ ଅନୁରୋଧ କ୍ରମେ ଚକ୍ଲେଟ୍ ପ୍ରଡକ୍ସନସ ପକ୍ଷରୁ ଅନ୍ତିମ ଦିବସରେ ଦୁଇଟି ସୋ କରାଯାଇଥିଲା ।  ମାର୍ଚ୍ଚ ୨୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଓଡ଼ିଶା ପର୍ବ’ର ପ୍ରଥମ ସଂଧ୍ୟାରେ ‘ଆହେ ନୀଳଶଇଳ’ ଅଭିନୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ।