ଆହାର ପାଲଟିଛି ସାହାରା : ଲକଡାଉନରେ ଚାକିରୀ ହରାଇଥିବା ଓ ଟଙ୍କା ନଥିବା ଲୋକଙ୍କ ଭୁବନେଶ୍ୱରର ଆହାର କେନ୍ଦ୍ରରେ ଲମ୍ବାଲାଇନ

 ଘରକୁ ବି ନେଉଛନ୍ତି ପାର୍ସଲ

372

କନକ ବ୍ୟୁରୋ : ଆହାର ସାଜିଛି ସାହାରା । ଲତଡାଉନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଲତଡାଉନ ସମୟରେ ଜୀବିକା ହରେଇଥିବା କିଛି ଲୋକଙ୍କ ପାଇଁ ଆହାର ପାଲଟିଛ ସାହାରା । ଲକଡାଉନ ଯୋଗୁଁ କାହା ପାଖରେ ଟଙ୍କା ସରିଯାଇଛି ତ କାହା ପାଖରେ ଚାକିରୀ ନାହିଁ । ହୋଟେଲ ମଧ୍ୟ ବନ୍ଦ ରହିଛି । ତେଣୁ ଏହି ସମୟରେ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଖାଇବାକୁ ଲୋକଙ୍କ ମଧ୍ୟରେ ଭିଡ ଜମୁଛି । ଏପରିକି ଆହାର କେନ୍ଦ୍ରରୁ ପାର୍ସଲ ବି ନେଉଛନ୍ତି ।