ଆସନ୍ତାକାଲି ବିଜେ ହେବ ଆଜ୍ଞାମାଳ । ପରିଚାଳନା କମିଟି ସଦସ୍ୟଙ୍କ ପ୍ରେସମିଟରେ ସୂଚନା, ବିନା ଭକ୍ତରେ ରଥଯାତ୍ରା କରିବାକୁ କଲେ ଅନୁରୋଧ ।

590

କନକ ବ୍ୟୁରୋ: ରଥଯାତ୍ରାକୁ ନେଇ ଦ୍ୱନ୍ଦ ବଢୁଥିବାବେଳେ ବର୍ତମାନ ସମୟର ଏକ ବଡ଼ ଖରବର ଆସିଛି । ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଭିତରେ ପରିଚାଳନା କମିଟିର ସଦସ୍ୟମାନେ ସାମ୍ବାଦିକ ସମ୍ମିଳନୀ କରି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଆସନ୍ତାକାଲି ବିଜେ ହେବେ ଆଜ୍ଞାମାଳ । ଏଥିପାଇଁ ନୀତି ନିର୍ଘଣ୍ଟ ନିର୍ଣ୍ଣାରିତ ହୋଇସାରିଛି । ଏମିତି କି ବିନା ଭକ୍ତରେ ରଥଯାତ୍ରା କରିବାକୁ କରାଗଲା ଅନୁରୋଧ କରାଯାଇଛି । ସାମ୍ବାଦିକ ସମ୍ମିଳନୀ ପରେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ।

ତେବେ କାଲି ଯଥା ରୀତିରେ କାଲି ଆଜ୍ଞାମାଳ ଆସିବ । ଆଜ୍ଞାମାଳ ଆସିବାରେ ସୁପ୍ରିମକୋର୍ଟଙ୍କ ରାୟ ସହ କୌଣସି ସମ୍ପର୍କ ନାହିଁ । ଆଉ ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସେ ଆହୁରୀ କହିଛନ୍ତି- ରାଜ୍ୟ ସରକାର ଚାହିଁଲେ ଅଡିନାନ୍ସ ଆଣି ରଥଯାତ୍ରା କରିପାରିବେ । ବଡ଼ କଥା ହେଉଛି ଦାସମହାପାତ୍ର କହିଛନ୍ତି, ଯଦି ଆଜ୍ଞାମାଳ ନଆସେ ତାହେଲେ ରଥଯାତ୍ରା ବନ୍ଦ ବୋଲି ଜାଣିବେ ।