କନକ ବ୍ୟୁରୋ : ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଜୟବିଜୟ ଦ୍ୱାର ସମ୍ମୁଖରେ ଅଟକି ରହିଥିବା ୩ ରଥ ଆଜି ଦକ୍ଷିଣମୋଡ଼ ନେଉଛନ୍ତି । ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ରଥଟଣା ଆରମ୍ଭ ହୋଇଯାଇଛିି । ଆଜ୍ଞାମାଳ ବିଜେ ପରେ ସେବାୟତ, ପୋଲିସଙ୍କ ସହାୟତାରେ ୩ ରଥକୁ ଶରଧାବାଲିକୁ ଟାଣି ନେଉଛନ୍ତି ।
ରଥଯାତ୍ରା ପରଠାରୁ ୩ ରଥ ଉତ୍ତରମୁହାଁ ହୋଇ ରହିଥାନ୍ତି । ୩ ରଥକୁ ଆଜି ଦକ୍ଷିଣମୋଡ ଦେଇ ସୁସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ରଖାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୁଡ଼ାନ୍ତ ହୋଇଛି । ଏଥିପାଇଁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ସଫାସୁତୁରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/17-11.jpg)