କନକ ବ୍ୟୁରୋ: ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ପ୍ରସଙ୍ଗରେ ଗାନ୍ଧି ପରିବାରକୁ ସିଧା ସଳଖ ଟାର୍ଗେଟ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେରାଡୁନରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି ଏହି ଚୌକିଦାର, ହେଲିକପ୍ଟର ଦୁର୍ନିତି ମାମଲାରେ କିଛି ଦଲାଲକୁ ଦୁବାଇରୁ ଉଠାଇ ଆଣିଛି । ଇଟାଲୀର ମିସେଲ ଓ ଅନ୍ୟ ଜଣଙ୍କୁ ପଚରାଉଚରା କରାଯାଇଛି । ସେହି ଆଧାରରେ ମାମଲା ଦାୟର କରାଯାଇ ଚାଜସିର୍ଟ ଦାଖଲ କରାଯାଇଛି । ଏହାସହ ମୋଦି ଅହମଦ ପଟେଲଙ୍କ ନାଁ ନେଇ ମଧ୍ୟ କଂଗ୍ରେସକୁ ଘେରିଛନ୍ତି ।
ଭିଭିଆଇପି ହେଲିକପ୍ଟର ଦୁର୍ନୀତିରେ କିଏ ଟଙ୍କା ଖାଇଛି ବୋଲି ମୋଦି ପ୍ରଶ୍ନ କରିଛନ୍ତି । ମାମଲାରେ ବରିଷ୍ଠ ନେତା ଅହମଦ ପଟେଲଙ୍କ ସର୍ମ୍ପୃକ୍ତି ଘଟଣା ସାମ୍ନାକୁ ଆସିଥିବା ନେଇ ଚାର୍ଜସିଟ୍ ଦାଖଲ କରିଛି ଇଡି । ହେଲିକପ୍ଟର ଅଗଷ୍ଟାୱେଷ୍ଟଲ୍ୟାଣ୍ଡ ଡିଲ୍ ମାମାଲାର ମଧ୍ୟସ୍ଥି ଖ୍ରିଷ୍ଟିୟନ ମିଶେଲକୁ ଜେରା ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି । ମିଶେଲ ଜେରା ସମୟରେ କଂଗ୍ରେସ ନେତା ଅହମଦ ପଟେଲଙ୍କ ନାଁ ନେଇଥିବା ମଧ୍ୟ ସୂଚନା ମିଳିଛି । ଜେରା ସମୟରେ ସେ ‘ଏପି’ ଓ ଏଫଏଏମ ନାଁ ନେଇଥିବା ଜଣାପଡିଛି । ଏପି ଅର୍ଥ ଅହମଦ ପଟେଲ ଓ ଏଫଏଏମ ଅର୍ଥ ପ୍ୟାମିଲି । ତେଣୁ ଅହମଲ ପଟେଲ କେଉଁ ପରିବାରର ଘନିିଷ୍ଠ ବୋଲିି ମୋଦି ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/AUGUSTA.jpg)
/kanak/media/post_attachments/wp-content/uploads/2019/04/agustawestland_650x400_71462896395-300x185.jpg)