ସାପଠୁ କେମିତି ରହିବେ ସତର୍କ : ଭୁବନେଶ୍ୱର ଭେଟନାରୀ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଟ୍ରେନିଂ

ଭୟ ଦୂରେଇବାକୁ ହାତରେ ଧରିବାକୁ ଦିଆଗଲା ଅଜଗର ସାପ

292

କନକ ବ୍ୟୁରୋ : ସାପକୁ ଧରିଲେ ସାପ ସହ ଖେଳିଲେ । ଭୁବନେଶ୍ୱର ଭେଟନାରୀ କ୍ୟାମ୍ବସରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଗ୍ରି କଲଚର ସହ ଭେଟନାରୀ ବିଭାଗର ଏନ ସିପି କ୍ୟାଡର ଛାତ୍ରଛାତ୍ରୀଙ୍କୁ ସାପ ଠୁ କେମିତି ସତର୍କତା ଅବଲମ୍ବନ କରିବେ ସେ ନେଇ ଟ୍ରେନିଂ ଦିଆଯାଇଛି । ଏହା ସହ ସାପ କାମୁଡିଲେ ମେଡିକାଲ ନିଆଯିବା ପୂର୍ବରୁ କେମିତି ପ୍ରାଥମିକ ଚିକିତ୍ସା କରାଯିବ ସେନେଇ ଟ୍ରେନିଂ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କ ମନରୁ ଭୟ ଛଡ଼ାଇବା ପାଇଁ ପୋଷା ବିଦେଶୀ ବଲ ପାଇଥନ ସେମାନଙ୍କ ହାତରେ ଦିଆଯାଇଥିଲା । ଏହି ଟ୍ରେନିଂ ତାଙ୍କ ପାଇଁ ବଡ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।