କନକବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତିରେ ଟଙ୍କା ହସ୍ତାନ୍ତର କରିଛନ୍ତି । କାଳିଆ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା । ଲାଗୁ ହେବ କି ନାହିଁ, ଏହି ପ୍ରଶ୍ନର ଉତର ରଖି ଅପେକ୍ଷା କରିବାକୁ କହିଲେ ମନ୍ତ୍ରୀ କେଭି ସିଂହଦେଓ । ରାଜ୍ୟରେ ସରକାର ବଦଳିବା ପରେ କାଳିଆ ଟଙ୍କାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

Advertisment

କାଳିଆ ଟଙ୍କା ମିଳିବ କି ନାହିଁ ପ୍ରଶ୍ନ ସୃଷ୍ଟି ହୋଇଛି । ପୂର୍ବରୁ ଥିବା ବିଜେଡି ସରକାର ରାଜ୍ୟରେ କାଳିଆ ଯୋଜନା ଆରମ୍ଭ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦୧୯ରେ ଆରମ୍ଭ କରିଥିଲେ କାଳିଆ ଯୋଜନା । ବର୍ଷକୁ ତିନି ଥର ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ଚାଷୀଙ୍କ ଖାତାକୁ ଆସୁଥିଲା । ଏବେ ରାଜ୍ୟରେ ସରକାର ବଦଳିବା ପରେ କାଳିଆ ଟଙ୍କା ମିଳିବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।