ଚାଷରେ ଆଗ୍ରହୀ ଯୁବକମାନଙ୍କ ଡାଟା ପ୍ରସ୍ତୁତ କର । ସହାୟତାର ହାତ ବଢ଼ାଅ, “କୃଷି ଓଡ଼ିଶା’’ ସମ୍ମିଳନୀରେ ବ୍ୟାଙ୍କରମାନଙ୍କୁ ଏପରି ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ

369

କନକ ବ୍ୟୁରୋ : ଅନେକ ପେସାଦାର ଯୁବକ ଏବେ ଚାଷ କ୍ଷେତ୍ରକୁ ଆସିବାକୁ ଆଗ୍ରହ ଦେଖାଉଛନ୍ତି । ମାତ୍ର ସେମାନଙ୍କୁ ସହଜରେ ଋଣ ମିଳୁନଥିବା ଅଭିଯୋଗ ଆସୁଛି । ବ୍ୟାଙ୍କରମାନଙ୍କୁ ଏକଥା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଚାଷରେ ଆଗ୍ରହୀ ଯୁବକମାନଙ୍କ ଡାଟା ପ୍ରସ୍ତୁତ କରି ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ “କୃଷି ଓଡ଼ିଶା’’ ସମ୍ମିଳନୀରେ ବ୍ୟାଙ୍କରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ସମ୍ମିଳନୀରେ ଅନେକ ବ୍ରାଣ୍ଡ୍କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହେଉଥିବା ବେଳେ ସାରା ରାଜ୍ୟରୁ ପ୍ରାୟ ୩ ହଜାର ଚାଷୀ ସାମିଲ ହୋଇଛନ୍ତି । ଅନେକ ଚାଷୀ ବିଲରୁ ଭଲ ଉତ୍ପାଦନ ହେଉଥିଲେ ମଧ୍ୟ ମଣ୍ଡିରେ କଟନିଛଟନି ହେଉଥିବା କହିଛନ୍ତି । ସେହିଭଳି ଅନ୍ୟ କେତେକ ଚାଷୀ ମାର୍କେଟ ଲିଙ୍କ୍ ଅଭାବରୁ ଲାଭ ପାଇପାରୁନଥିବା ଦର୍ଶାଇଛନ୍ତି ।