ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପୁଣି ଦାବି କଲା ଓଡିଶା : ୨୯୩୦ ଟଙ୍କା ବଢାଇବାକୁ କେନ୍ଦ୍ରକୁ କୃଷିମନ୍ତ୍ରୀଙ୍କ ଅନୁରୋଧ

211

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଓଡିଶା ସରକାର ଦାବି କରିଛନ୍ତି । ଆଜି ଏକ ସମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଓଡିଶାକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇ ଏମଏସପିକୁ ୨୯୩୦ ଟଙ୍କାରୁ ବୃଦ୍ଧି କରାଯାଉ । ଚଳିତମାସ ୯ ତାରିଖରେ କେନ୍ଦ୍ର ସରକାର ଖରିଫ ବିପଣନ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ଏମଏସପି ଘୋଷଣା କରିଛନ୍ତି ।

ସାଧାରଣ ମାନର ଧାନ ସହାୟକ ମୂଲ୍ୟ କ୍ୱିଂଟାଲ ପିଚ୍ଛା ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାରୁ ବୃଦ୍ଧି କରିଛନ୍ତି । ସେହିଭଳି ଗ୍ରେଡ-ଏ ଧାନର ଏମଏସପି ୧୯୬୦ ଟଙ୍କାକୁ ବଢାଯାଇଛି । ଆଉ ଏହା ରାଜ୍ୟର ଚାଷୀମାନଙ୍କୁ ସହାୟତା କରିବ ନାହିଁ । କୃଷକଙ୍କ ଆୟବୃଦ୍ଧି ହେବା ଆବଶ୍ୟକ । ତେଣୁ ଏହିସବୁ କଥାକୁ ବିଚାରକୁ ନେଇ ଧାନର ସହାୟକ ମୂଲ୍ୟକୁ କ୍ୱିଂଟାଲ ପିଚ୍ଛା ୨୯୩୦ ଟଙ୍କା କରାଗଲେ ଚାଷୀମାନେ ୨୫ ପ୍ରତିଶତ ଲାଭ ପାଇପାରିବେ ବୋଲି ଓଡିଶା କହିଛି । ଧାନର ଏମଏସପି ବୃଦ୍ଧି ପାଇଁ ୨୦୧୭ ମସିହାରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା ।