କେନାଲରୁ ମିଳୁନି ପାଣି । ଶୁଖିଗଲାଣି ଚାଷ ଜମି, ଏକର ଏକର ଫସଲ ଝାଉଁଳି ନଷ୍ଟ । ଚିନ୍ତାରେ ପୁରୀ ସଦର ବ୍ଲକର ଚାଷୀ ।

68

କନକ ବ୍ୟୁରୋ: କେନାଲରୁ ମିଳୁନି ପାଣି । ଜମି ଫାଟି ଆଁ କରିଥିବା ବେଳେ ଚିନ୍ତାରେ ପଡିଛି ଚାଷୀ । ପୁରୀ ସଦର ବ୍ଲକ ଅନ୍ତିକେରାରୁ ନେଇ ବେଣାକେରା ନରେନ୍ଦ୍ରପୁର ଭଳି ଗାଁର ଚାଷୀଙ୍କ ସମସ୍ୟା ବଢିଚାଲିଛି । ପାଣି ଅଭାବରୁ ଜମି ଶୁଖିଲା ପଡିଛି ତ ଆଉ କେଉଁଠି ଗଛ ସବୁ ଝାଉଁଳି ନଷ୍ଟ ହୋଇଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ କେନାଲ ପୋତି ହୋଇଯାଇଛି । ଏନେଇ ଚାଷୀମାନେ ବହୁବାର ଅଭିଯୋଗ କରିଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇପାରୁନି । ଯାହାକୁ ନେଇ ଚାଷୀଙ୍କ ଅସନ୍ତୋଷ ବଢିଚାଲିଛି ।