କନକ ବ୍ୟୁରୋ : ଦୂରଦର୍ଶନରେ ଏକ ଲାଇଭ କାର୍ଯ୍ୟକ୍ରମ କ୍ରମରେ ଷ୍ଟୁଡିଓରେ ଝୁଣ୍ଟିପଡିବାରୁ ଜଣେ କୃଷି ବିଶେଷଜ୍ଞଙ୍କର ମୃତ୍ୟୁ ହୋଇି । ମୃତକ ବିଶେଷଜ୍ଞ ଜଣଙ୍କ ହେଉଛନ୍ତି ଅନି ଏସ୍ ଦାସ । ସେ ଦୂରଦର୍ଶନରେ ଲାଇଭ ପ୍ରସାରଣ ବେଳେ ଝୁଣ୍ଟି ପଡିବାରୁ ଚେତାଶୂନ୍ୟ ହୋଇପଡିଥିଲେ । ତା ପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Advertisment

ବିଶେଷଜ୍ଞ ଅନି ଏସ୍ ଦାସ କେରଳ ଫିଡସ୍ ଲିମିଟେଡର ଏମଡି । ସେ ଏହା ପୂର୍ବରୁ କେରଳ କୃଷି ବିଶ୍ୱବିଦ୍ୟାଳୟର ସଂଚାଳକ ଭାବେ କାର୍ଯ୍ୟ କରିଛନ୍ତି । ଦୂରଦର୍ଶନର ସୂଚନା ମୁତାବକ ଶୁକ୍ରବାର ଦିନ ସାଢେ ୬ଟାରେ ସେ ଏକ ଲାଇଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେଠାରେ ସେ ଝୁଣ୍ଟିପଡି ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହୋଇଛି ।

ଏହା ପ୍ରଥମ ଘଟଣା ନୁହେଁ, ଗତମାସରେ ମଧ୍ୟ ଆଇଆଇଟି କାନପୁରର ସିନିଅର ପ୍ରଫେସର ଓ ଷ୍ଟୁଡେଣ୍ଟ ୱେଲଫେୟାର ଡିନ୍ ଭାବେ କାର୍ଯ୍ୟରତ ଥିବା ସମୀର ଖାଣ୍ଡେକରଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିଲା । ସେ ମଞ୍ଚରେ ଭାଷଣ ଦେଉଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ଆନନ-ଫାନନ କାଡିୟୋଲୋଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।