ଆଉ ଲାଗିବନି ରୋଗପୋକ । ଅସ୍ତରଙ୍ଗ–କାକଟପୁରରେ ଆଧୁନିକ ପଦ୍ଧତି ଦ୍ୱାରା ନିରାକରଣ ବ୍ୟବସ୍ଥା, ପୋକ ନିୟନ୍ତ୍ରଣ ପାଇଁ ଲଗାଯାଉଛି ଅଠାପଟି

ଆଉ ଲାଗିବନି ରୋଗପୋକ । ଅସ୍ତରଙ୍ଗ–କାକଟପୁରରେ ଆଧୁନିକ ପଦ୍ଧତି ଦ୍ୱାରା ନିରାକରଣ ବ୍ୟବସ୍ଥା, ପୋକ ନିୟନ୍ତ୍ରଣ ପାଇଁ ଲଗାଯାଉଛି ଅଠାପଟି

କନକ ବ୍ୟୁରୋ : ମୁଗ ଚାଷରେ ରୋଗପୋକ ନିୟନ୍ତ୍ରଣ ପାଇଁ ଆଧୁନିକ ପଦ୍ଧତିରେ ନିରାକରଣ । ଅସ୍ତରଙ୍ଗ –କାକଟପୁରର ଚାଷୀ ମାନେ ଆରମ୍ଭ କରିଛନ୍ତି ଏହି ମୁଗ ଚାଷ । ରୋଗପୋକ ନିୟନ୍ତ୍ରଣ ପାଇଁ କୃଷି ବିଭାଗ ପକ୍ଷରୁ ଆଧୁନିକ ପ୍ରଣାଳୀରେ ଅଠାପଟି ମାଧ୍ୟମରେ ଉଦ୍ୟମ ଆରମ୍ଭ କରାଯାଇଛି । ଚାଷୀ ମାନଙ୍କ ମୁଗ କ୍ଷେତରେ ହଳଦିଆ ରଙ୍ଗ ଓ ନୀଳ ରଙ୍ଗର ଅଠାପଟି କୃଷି ବିଭାଗ ପକ୍ଷରୁ ଲଗାଯାଇଛି । ଏହି ଦୁଇଟି ରଙ୍ଗ ପ୍ରତି ଅନିଷ୍ଟକାରୀ କୀଟମାନେ ଆକୃଷ୍ଟ ହୋଇ ଆସିଥାନ୍ତି । ଆଉ ସେଥିରେ ଥିବା ଅଠାପଟି ସଂସ୍ପର୍ଶରେ ଆସି ଲାଗିଯାନ୍ତି । ଯାହାଦ୍ୱାରା ବିନା ରାସାୟନିକ କୀଟନାଶକ ପ୍ରୟୋଗରେ ରୋଗ ପୋକକୁ ଦମନ କରାଯାଇପାରିବ । ହଳଦିଆ ଅଠାପଟି ଦ୍ୱାରା ମାଛି ଜାତୀୟ କୀଟ ଆକର୍ଷିତ ହୋଇଥାନ୍ତି । ଏହି ପଦ୍ଧତି ଦ୍ୱାରା ରୋଗପୋକ ନିୟନ୍ତ୍ରଣ ହେବା ସହ ପରିବେଶ ସୁରକ୍ଷା ହୋଇପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe