କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ୍ ଉପରେ ଲାଗିଛି କୃଷି ସେସ୍ । ଏକ ଲିଟର ପେଟ୍ରୋଲରେ ୨ଟଙ୍କା ୫୦ ପଇସା ଏବଂ ଏକ ଲିଟର ଡିଜେଲରେ କୃଷି ସେସ୍ ବାବଦରେ ଲଗାଯାଇଛି ୪ଟଙ୍କା । ସେସ୍ ହେଉଛି ଟିକସ ଉପରେ ଟିକସ, ଯାହାକୁ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଖର୍ଚ୍ଚ କରିବା ପାଇଁ କେନ୍ଦ୍ର ସରକାର ଆଦାୟ କରିଥାନ୍ତି । କୃଷକଙ୍କୁ ସନ୍ତୁଷ୍ଟ କରିବା ପାଇଁ କୃଷି କ୍ଷେତ୍ରରେ ଅଧିକ ଖର୍ଚ୍ଚ ପାଇଁ ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛି । ହୁ ହୁ ହୋଇ ତେଲ ଦର ବଢ଼ୁଥିବାରୁ ଏହି ସେସ୍ କିପରି ଗ୍ରାହକଙ୍କ ଉପରେ ଅଧିକ ବୋଝ ପକାଇବ ନାହିଁ, ସେଥିପାଇଁ ଉତ୍ପାଦନ ଶୁଳ୍କକୁ କମାଇ ଏହାକୁ ଭରଣା କରାଯିବ । ତେବେ ଏଥିରେ ରାଜ୍ୟଗୁଡିକ କ୍ଷତି ସହିବା ଆଶଙ୍କା ରହିଛି । ରାଜ୍ୟ କିପରି ଏହାକୁ ଭରଣା କରିବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।
ପେଟ୍ରୋଲ ଲିଟରରେ କୃଷି ସେସ୍ ୨ ଟଙ୍କା ୫୦ ପଇସା
ଡିଜେଲ ଲିଟରରେ ୪ଟଙ୍କାର କୃଷି ସେସ୍
ହୁ ହୁ ହୋଇ ତେଲ ଦର ବଢୁଥିବା ବେଳେ ୨୦୨୧-୨୨ ବଜେଟରେ ଡିଜେଲ ଓ ପେଟ୍ରୋଲ ଉପରେ ଏଗ୍ରିକଲଚର ଇନ୍ଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭେଲୋପମେଂଟ ସେସ୍ ବସାଇଛନ୍ତି ମୋଦୀ ସରକାର । ହେଲେ ଆଶ୍ୱସ୍ତିର ବିଷୟ ହେଉଛି ଏହି କୃଷି ସେସ୍ର ବୋଝ ଏବେ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ।
Follow Us