କୃଷି ବଜେଟ: କାଳିଆ ଯୋଜନାକୁ ୧୮ ଶହ ୭୯ କୋଟି

କୃଷି ବଜେଟ: କାଳିଆ ଯୋଜନାକୁ ୧୮ ଶହ ୭୯ କୋଟି

କନକ ବ୍ୟୁରୋ: କୃଷି ବଜେଟରେ ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ୧ ୮ ଶହ ୭୯ କୋଟିର ବ୍ୟୟବରାଦ କରିଛନ୍ତି । ୨୦୧୮-୧୯ରୁ ଆରମ୍ଭ ହୋଇଥିବା କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୧ ହଜାର ୮ ଶହ ୭୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ପୂର୍ବରୁ ଏହି ଯୋଜନାରେ ୪୧ ଲକ୍ଷ ୮ ହଜାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିସାରିଛି ।

ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟରେ ମୋଟ ୨୪ ହଜାର ୮୨୯ କୋଟିର ବ୍ୟୟବରାଦ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe