କନକ ବ୍ୟୁରୋ : ନୂତନ କୃଷି ଆଇନ୍କୁ ବିରୋଧ କରି କୃଷକମାନେ ଚଳାଇଥିବା ଆନ୍ଦୋଳନକୁ ଇତି ମଧ୍ୟରେ ଅନେକ ଦିନ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର ଯୋଗ ଗୁରୁ ବାବା ରାମଦେବ କେନ୍ଦ୍ର ସରକାରଙ୍କୁ ଏକ ନିବେଦନ କରିଛନ୍ତି। ଦେଶର ଶାନ୍ତି ପାଇଁ ଏହି ନୂତନ କୃଷି ଆଇନ୍କୁ ମାତ୍ର ୩ ବର୍ଷ ପାଇଁ ସ୍ଥଗିତ ରଖିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ବାବା ରାମଦେବ। ହରିଆଣାରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ସମୟରେ ରାମଦେବ ଏପରି ମତ ରଖିଛନ୍ତି।
ସେ କହିଛନ୍ତି କି ସରକାର ନୂତନ କୃଷି ଆଇନ୍କୁ ୩ ବର୍ଷ ପାଇଁ ସ୍ଥଗିତ ରଖନ୍ତୁ। କୃଷକମାନେ ସରକାରଙ୍କ ସହ ବସି କୃଷି ତଥା ଦେଶର ସ୍ୱାର୍ଥ ସଂପର୍କରେ ଆଲୋଚନା କରନ୍ତୁ। ତା’ହେଲେ ଯାଇ କିଛି ନିଷ୍କର୍ସ ବାହାରିବ।
ସେ ଆହୁରି ବି କହିଛନ୍ତି କି ‘ଉଭୟ କୃଷକ ଓ ସରକାର କେହି ବି ଏହି ସମସ୍ୟାର ସମାଧାନ ଦିଗରେ ଇଚ୍ଛୁକ ନୁହଁନ୍ତି। ମାତ୍ର ଏହି ଅନ୍ଦୋଳନ ଖୁବ୍ ଶୀଘ୍ର ଶେଷ ହେବା ଉଚିତ୍। ପୂର୍ବରୁ ସରକାର ଏହି କୃଷି ନିୟମକୁ ଦେଢ଼ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟକାରୀ ନ କରିବାକୁ କହି ସାରିଛନ୍ତି। ସେଥିରେ ବି ଯଦି କୃଷକମାନେ ରାଜି ନୁହନ୍ତି ତେବେ ସରକାର ଏହାକୁ ବର୍ଦ୍ଧିତ କରି ୩ ବର୍ଷ କରିଦିଅନ୍ତୁ। ସରକାର ଓ କୃଷକ ଏକାଠି ହୋଇ ଦେଶର ସ୍ବାର୍ଥ କଥା ଚିନ୍ତା କରନ୍ତୁ।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/1000x-1.jpg)