ବରଗଡ ଚାଷୀ ମୃତ୍ୟୁ ଘଟଣାରେ କୃଷି ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ! ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ସୁରେଶ ପୂଜାରି

35

କନକ ବ୍ୟୁରୋ : ବରଗଡ ଚାଷୀ ମୃତ୍ୟୁ ଘଟଣାରେ କୃଷି ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ । ମନ୍ତ୍ରୀଙ୍କ ବୟାନରେ ସାମାନ୍ୟତମ ସତ୍ୟତା ନଥିବା କହିଲା ବିଜେପି । ଏହା ସହ ବରଗଡର ଚାଷୀ ମୃତ୍ୟୁର ଘଟଣାସ୍ଥଳ ପରିଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରି । ସୁରେଶ ପୂଜାରି କହିଛନ୍ତି ସ୍ୱାମୀ-ସ୍ତ୍ରୀଙ୍କ ଝଗଡାରେ କେହି ଆତ୍ମହତ୍ୟା କରେନାହିଁ । ଯଦି ଏପରି ହୁଅନ୍ତା ସଂସାରରେ ସବୁ ସ୍ୱାମୀ ଆତ୍ମହତ୍ୟା କରିଥାନ୍ତେ ।