କିଡନୀ ବିକିବୁ ଟଙ୍କା ଫେରାଇବୁ ! କମ୍ପାନୀ ଠକିବା ପରେ ଡିଏମଇଟି ନିକଟରେ ଏଂଜେଟଙ୍କ ନିବେଦନ

35

vlcsnap-2017-03-24-17h15m44s988କନକ ବ୍ୟୁରୋ : କିଡନୀ ବିକିବୁ ଟଙ୍କା ଫେରାଇବୁ । କିଡନୀ ବିକି ଟଙ୍କା ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ଡି.ଏମ.ଇ.ଟି ଅଫିସରେ ଅଡି ବସିଛନ୍ତି ଏଜେଂଟ । ଆଗ୍ରୀ ଗୋଲ୍ଡ ନାମକ ଏକ ସଂସ୍ଥା ସାରା ଭାରତରୁ ପ୍ରାୟ ୭ହଜାର କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସଂସ୍ଥାଟି ଓଡିଶାରୁ ପ୍ରାୟ ଦେଢ ଲକ୍ଷ ଲୋକଙ୍କ ଠାରୁ ୭୫୦ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଆନ୍ଧ୍ର ପ୍ରଦେଶରେ ୧୯୯୫ ମସିହାରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ବିଭିନ୍ନ ଲୋଭନୀୟ ସ୍କିମ ଜରିଆରେ ଲୋକଙ୍କ ଠାରୁ ଠକେଇ କରିଛି । ତେବେ ଜମାକାରୀ ମାନେ ଟଙ୍କା ଫେରି ପାଇବା ପାଇଁ, ସଂସ୍ଥାର ଏଜେଂଟଙ୍କୁ ଘେରୁଥିବା ଅଭିଯୋଗ ହୋଇଛି । ଫଳରେ ଏଜେଂଟମାନେ ନିଜର କିଡନୀ ବିକ୍ରି କରି ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିଷ୍ପତି ନେଇଛନ୍ତି । ଏଥିପାଇଁ ସେମାନେ ଡି.ଏମ.ଇ.ଟି କାର୍ଯ୍ୟାଳୟରେ ଆସି ପହଂଚିଛନ୍ତି ।