କନକ ବ୍ୟୁରୋ : ଚାପ ମୁକ୍ତ ହୁଅ । ନିଷ୍ଠା ଓ ଆତ୍ମବିଶ୍ୱାସର ସହ ଆଗକୁ ବଢ । ସଫଳତାକୁ ଜୀବନର ଲକ୍ଷ୍ୟ ଭାବି ହାସଲ କରିବା ପର୍ଯ୍ୟନ୍ତ ଧ୍ୟାନଚ୍ୟୁତ ହୁଅନି । ଜୟପୁର ଅଗ୍ରସେନ୍ ଭବନରେ ‘ସମ୍ବାଦ ଡିଜିଟାଲ’ ପକ୍ଷରୁ ଅନୁଷ୍ଠିତ ‘ଅଗ୍ରଯୋଦ୍ଧୀ-୨୦୨୪’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ ଦେବୀ ପ୍ରସାଦ ମିଶ୍ର ।
କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲ୍ଲାର ସିବିଏସଇ ସ୍କୁଲର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଓ ସ୍କୁଲ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ସହ ମେଡାଲ ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମର ସହ ପ୍ରଯୋଜକ ବଲାଙ୍ଗୀର ଯୁବୋଦୟ ଗ୍ରୁପର ନିର୍ଦ୍ଦେଶକ ଅମ୍ବରିଶ ଦାଶ, ଜୟ ଜଗନ୍ନାଥ ଡିଗ୍ରି ମହାବିଦ୍ୟାଳୟର ନିର୍ଦ୍ଦେଶକ ଗଣେଶ ସାହୁ, ନାରାୟଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନିହାର ରଞ୍ଜନ ମିଶ୍ର, ମାଲକାନଗିରି ଘଡାଇ ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟବ୍ରତ ସାମଲ, ଜୟପୁର ଟାଇମସ ଡିଗ୍ରି ମହାବିଦ୍ୟାଳୟ ନିର୍ଦ୍ଦେଶକ ଶୁଭାଶିଷ ତ୍ରିପାଠୀ, ନ୍ୟୁ ଜେନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ନବରଙ୍ଗପୁର କଲେଜ ଅଫ୍ ନର୍ସିଂର ଅଧ୍ୟକ୍ଷା ଅନିତା ବ୍ରହ୍ମା, କୋରାପୁଟ ଫ୍ୟୁଜନ୍ ମହାବିଦ୍ୟାଳୟ ନିର୍ଦ୍ଦେଶକ ରବି ରାଜଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ନିମନ୍ତେ ନମୁନା ପ୍ରଶ୍ନାବଳୀ ତିଆରି କରିଥିବା ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
  
 Follow Us