କନକ ବ୍ୟୁରୋ: ଚଳିତ ବିଶ୍ୱକପରେ ପାକିସ୍ତାନଠାରୁ ପ୍ରଥମ ମ୍ୟାଚରେ ପରାଜୟ ଭୋଗିଥିଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀକୁ ୧୦ ୱିକେଟରେ ମାତ୍ ଦେଇଥିଲା ବାବର୍ ବାହିନୀ । ତେବେ ବିଶ୍ୱକପରେ ପାକିସ୍ତାନଠାରୁ ଭାରତର ଏହାଥିଲା ପ୍ରଥମ ପରାଜୟ , ଆଉ ଏହାକୁ ନେଇ ଅନେକ ବିବାଦ ମଧ୍ୟ ଛିଡା ହୋଇଥିଲା । ଜାମ୍ମୁକାଶ୍ମୀରରେ ରହୁଥିବା କିଛି ଯୁବକ ପାକିସ୍ତାନର ଏହି ବିଜୟରେ ଉତ୍ସବ ମନାଇଥିଲେ । ଯେଉଁ କାରଣରୁ ସେମାନଙ୍କ ବିରୋଧରେ ୟୁଏପିଏ ନିୟମ ଅନୁସାରେ ମାମଲା ରୁଜୁ କରିଥିଲେ କିଛି ସାମାଜିକ କର୍ମୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୁବକମାନଙ୍କ ପାଇଁ ଏବେ କୌଣସି ଓକିଲ ମାମଲା ଲଢିବାକୁ ରାଜି ନାହାଁନ୍ତି । ଆଉ ଏହାରି ଭିତରେ ଜାମ୍ମୁକାଶ୍ମୀର ରାଜନୈତିକ ଦଳ ପିଡିପି ଏହି ଲୋକଙ୍କୁ ଆଇନଗତ ସହାୟତା ଦେବାକୁ ଏବେ ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିଜୟରେ ଖୁସି ମନାଇଥିଲେ ୩ କାଶ୍ମିରୀ ଯୁବକ । ଖାଲି ସେତିକି ନୁହେଁ, ଏହି ସମୟର ଭିଡିଓ ସେମାନେ ନିଜର ହ୍ୱାଟ୍ସଆପ୍ ଷ୍ଟାଟସ୍ ମଧ୍ୟ ଦେଇଥିଲେ । ଯାହାକୁ କିଛି ସାଙ୍ଗ ବିରୋଧ କରିଥିଲେ । ହେଲେ ଏହାକୁ ନେଇ ସେମାନଙ୍କ ଭିତରେ ଏକ ପ୍ରକାରର ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ପରେ ପରେ ଏହାକୁ ନେଇ ମାମଲା ରୁଜୁ ହେବା ସହିତ ଏହି ଯୁବକଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଯୁବକମାନଙ୍କ ପାଇଁ କେହି ବି ମାମଲା ଲଢିବାକୁ ରାଜି ନହେବାରୁ ଏବେ ପିଡିପି ସେମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛି ।
ଗତ ଅକ୍ଟୋବର ୨୮ ତାରିଖରେ ଆଗ୍ରା କୋର୍ଟରେ ଏହି କାଶ୍ମିରୀ ଛାତ୍ରଙ୍କୁ ହାଜର କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଥିଲା । ତେବେ କୋର୍ଟରୁ ଯେତେବେଳେ ସେହି ଯୁବକଙ୍କୁ ବାହାରକୁ ଅଣାଯାଇଥିଲା, ସେତେବେଳେ ସେଠାରେ ଅଟକି ରହିଥିବା ଭିଡ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । କିଛି ଲୋକ ଏହି ଘଟଣାକୁ ଦେଶଦ୍ରୋହ ବୋଲି କହୁଥିବାବେଳେ ଏହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/7-5.jpg)