କନକ ବ୍ୟୁରୋ : ପ୍ରେମର ପ୍ରତୀକ କୁହାଯାଉଥିବା ତାଜମହଲକୁ ନେଇ ଲଗାତର ଭାବେ ଚର୍ଚ୍ଚା ଜାରି ରହିଛି । ସେ ତାଜମହଲର ନାମ ବଦଳାଇବାକୁ ହେଉ କି ତାଜମହଲର ବନ୍ଦ କୋଠରୀର ରହସ୍ୟ ଖୋଲିବାକୁ ହେଉ । ସେପଟେ ତାଜମହଲ ଭିତରକୁ ଗେରୁଆ ପୋଷାକ ପରିଧାନ କରି ପ୍ରବେଶ କରିବାକୁ ହେଉ । ଏସବୁ ଭିତରେ ଏବେ ତାଜମହଲର ନାମ ବଦଳାଇବାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉତ୍ତର ପ୍ରଦେଶ ବିଜେପିର ତାଜଗଞ୍ଜ ୱାର୍ଡ ପରିଷଦ ଶୋଭାରାମ ରାଠୋରଙ୍କ ଦ୍ୱାରା ବୁଧବାର ଦିନ ନଗର ନିଗମରେ ହେବାକୁ ଥିବା ସଦନ ବୈଠକରେ ଏହାକୁ ନେଇ ପ୍ରସ୍ତବ ରଖାଯିବା କଥା କୁହାଯାଇଛି । ଏଥିରେ ତାଜମହଲର ନାମ ବଦଳାଇ ଏହାକ ତେଜୋ ମହାଳୟ କରିବାକୁ ପ୍ରସ୍ତାବ ରଖାଯିବ । କହିରଖୁ କି ତାଜମହଲର ନାମ ବଦଳାଇବାକୁ ନେଇ ଏକ ପ୍ରସ୍ତାବ ପ୍ରଥମରୁ ସଦନରେ ରଖାଯାଇଥିଲା ।

Advertisment

କହିରଖୁ କି ତାଜମହଲର ନାମକୁ ନେଇ ବାରମ୍ବାର ବିବାଦ ଦେଖିବାକୁ ମିଳିଛି । ହିନ୍ଦୁବାଦୀ ସଂଗଠନ ମାନେ ଅନେକ ସମୟରେ ତାଜମହଲ ନାମ ବଦଳାଇ ଏହାକୁ ତେଜୋ ମହାଳୟା ରଖିବାକୁ ପ୍ରସ୍ତାବ ଦେବା ସହ ଦାବି କରିଆସୁଛନ୍ତି ।