କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଅଗ୍ରାର ୟୁପିଏମଆରସି ତରଫରୁ ଜାମା ମସଜିଦ ମେଟ୍ରୋ ଷ୍ଟେସନର ନାମ ବଦଳାଇଦିଆଯାଇ ମନକାମେଶ୍ୱର ମେଟ୍ରୋ ଷ୍ଟେସନ ନାମରେ ନାମିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏବେ ଷ୍ଟେସନରେ ଲାଗିଥିବା ପୁରୁଣା ହୋଡିଂକୁ ବଦଳାଇ ଦିଆଯାଇଛି ।
କିଛିଦିନ ଧରି ଜାମା ମସଜିଦ୍ ମେଟ୍ରୋ ଷ୍ଟେସନର ନାମ ବଦଳାଇବାକୁ ଦାବି ହୋଇଆସୁଥିଲା । ଷ୍ଟେସନ ନିକଟରେ ମନକାମେଶ୍ୱର ନାଥ ମହାଦେବ ମନ୍ଦିର ଥିବାରୁ ଏହି ନାମରେ ଷ୍ଟେସନର ନାମକରଣ କରିବାକୁ ଦାବି ହେଉଥିଲା । କେବଳ ମନକାମେଶ୍ୱର ମହାଦେବ ନୁହଁନ୍ତି କିଛି ଲୋକ ଏହା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି କରିଆସୁଥିଲେ ।
ସେପଟେ ଜାମା ମସଜିଦ ନିକଟରେ ଥିବା ମେଟ୍ରୋ ଷ୍ଟେସନର ନାମ ବଦଳିବା ପରେ ଏବେ ଇଦଗାହ ଷ୍ଟେସନର ନାମ ବଦଳାଇବାକୁ ଦାବି ହେଉଛି । ଛାବନୀ ବିଧାୟକ ଡା.ଜିଏସ୍ ଧର୍ମେଶ ଏହି ଷ୍ଟେସନର ନାମ ରାବଲୀ ମହାଦେବ ଷ୍ଟେସନ ରଖିବାକୁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/Untitled-1-Recovered-1.jpg)