ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ଓ ମହିଳା ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ଅଗ୍ନିବୀର ତାଲିମ । ଭାଗନେଲେ ବିଭିନ୍ନ ମହାବିଦ୍ୟାଳୟର ୪୦ ଜଣ ଏନସିସି ଛାତ୍ରୀ

61

କନକ ବ୍ୟୁରୋ : ଝିଅ ମାନେ ହେବେ ଅଗ୍ନିବୀର । ଦେଶ ସୁରକ୍ଷା ପାଇଁ କାମ କରିବେ । ଦେଶ ମାତୃକାର ସେବା କରିବେ । ଏଭଳି କିଛି ଲକ୍ଷ୍ୟ ନେଇ ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ମହିଳା ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ଗନ୍ଧମାର୍ଦ୍ଦନ ଶିଳ୍ପ ତାଲିମ ଅନୁଷ୍ଠାନ ପଡ଼ିଆରେ ୫ ଦିନିଆ ଅଗ୍ନିବୀର ତାଲିମ ପ୍ରଦାନ କରାଯାଇଛି । ଏଥିପାଇଁ ପାଇଁ ଆବଶ୍ୟକ ହେଉଥିବା ଲମ୍ବ ଡିଅାଁ, ଦୌଡ଼, ଉଚ୍ଚ ଡିଅାଁ ଭଳି ତାଲିମ ନେଇଛନ୍ତି ୪୦ ଜଣ ଝିଅ । ସେହିପରି କମ୍ପ୍ୟୁଟରରେ ଥିଓରୀ ପରୀକ୍ଷା ପାଇଁ ତାଲିମ ଦିଆଯାଇଛି । ସୁବେଦାର ମେଜର ମହେଶ୍ୱର ଦତ, କର୍ଣ୍ଣେଲ କେଦାରନାଥ ସାହୁ, ହାବିଲଦାର ଧିରେନ୍ ସୁବା, ଡକ୍ଟର ପ୍ରକାଶ ଦାସଙ୍କ ଉପସ୍ଥତିରେ ଏହି ତାଲିମ ପ୍ରଦାନ କରାଯାଇଛି ।

ଗନ୍ଧମାର୍ଦ୍ଦନ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ୱରଂଜନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧନରେ ୫ ଦିନିଆ ତାଲିମ ଅନୁଷ୍ଠିତ ହୋଇଛି । ବିଭିନ୍ନ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବଛା ଯାଇଥିବା ୪୦ ଜଣ ଝିଅଙ୍କୁ ଅଗ୍ନିବିର ପ୍ରସ୍ତୁତି ପାଇଁ ତାଲିମ ପ୍ରଦାନ କରାଯାଇଛି । ଏହି ଅବସରରେ ଆଇପିଏସ ଅମ୍ରିତ ପାଲ କୌର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଝିଅମାନଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ।

ଝିଅମାନେ ଏହି ତାଲିମ ନେବା ପରେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଅଗ୍ନିବିର ପାଇଁ ଏହି ତାଲିମ ତାଙ୍କୁ ବେଶ ସହାୟକ ହେବ ବୋଲି କହିଛନ୍ତି ।