ସଂସଦୀୟ ସମିତିର ସୁପାରିଶ । ସହିଦ ଅଗ୍ନିବୀର ପରିବାରକୁ ଦିଆଯାଉ ପେନସନ ଓ ଅନ୍ୟାନ୍ୟ ସୁବିଧା

1,081

କନକ ବ୍ୟୁରୋ : କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିଶ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକ ପରିବାର ଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହଁ । ରକ୍ଷା ମାମଲାର ସଂସଦୀୟ ସମିତି ତାର ରିପୋର୍ଟରେ କହିଛି କି, ସହିଦ ହେଉଥିବା ଅଗ୍ନିବୀର ପରିବାରର ଦୁଖକୁ ଧ୍ୟାନରେ ରଖି ଏଭଳି ସୁପାରିଶ କରାଯାଇଛି ।

କେବଳ ସେତିକି ନହେଁ କାର୍ଯ୍ୟରତ ସୈନିକ ସହିଦ ହେଲେ ସେମାନଙ୍କ ପରିବାରକୁ ମିଳୁଥିବା ସହାୟାତ ରାଶି ଉପରେ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି । ଏହା ସମସ୍ତ ବର୍ଗ ପାଇଁ ଲାଗୁ ହେଉ ବୋଲି କୁହାଯାଇଛି । ସମିତି କହିଛି କି, ସହିଦ ହେଉଥିବା ସୈନିକମାନଙ୍କ ପରିବାରକୁ ଏବେ ୨୫ ଲକ୍ଷ ଟଙ୍କା ସହାୟତା ମିଳୁଛି, ଏହାକୁ ୩୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି । ସେହିଭଳି ଯୁଦ୍ଧ ସମୟରେ ସହିଦ ହେଉଥିବା ସୈନିକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି    । ଏହାକୁ ମଧ୍ୟ ୫୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି ।

ସୂଚନା ଥାଉକି ୨୦୨୨ ମସିହାରେ ସରକାର ସେନାର ୩ ଟି ବିଭାଗରେ ଅଗ୍ନିପଥ ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧିନରେ ଯୁବକମାନଙ୍କୁ ସେନାରେ ସ୍ୱଳ୍ପ ସମୟ ପାଇଁ ସାମିଲ କରାଯାଇଥାଏ । ଏହି ଯୋଜନାରେ ୧୭ ବର୍ଷରୁ ୨୧ ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ସେନାର ୩ ବିିଭାଗରେ ସାମିଲ ହୋଇପାରିବେ ।