ରାଷ୍ଟ୍ରପତିଙ୍କୁ ଖଡଗେଙ୍କ ଚିଠି । କହିଲେ ୨ଲକ୍ଷ ଯୁବକଙ୍କ ପ୍ରତି ନ୍ୟାୟ କରାଯାଉ

1,058

କନକ ବ୍ୟୁରୋ : କେନ୍ଦ୍ର ସରକାର ଭାରତୀୟ ସେନା ବାହିନୀରେ ସୈନ୍ୟ ଭର୍ତୀ ନେଇ ଅଗ୍ନିପଥ୍ ଯୋଜନାକୁ ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା ସାଧାରଣ ପ୍ରକ୍ରିୟାରେ ସୈନ୍ୟ ଚୟନ ବ୍ୟବସ୍ଥା ପାଇଁ ବଧା ସୃଷ୍ଟି କରୁଛି । ଅନେକ ଅଶାୟୀଙ୍କ ସ୍ୱପ୍ନ ମଧ୍ୟ ଭାଙ୍ଗିଛି । ଏହି ସବୁ ଅବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି କଂଗ୍ରସେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

ଅଗ୍ନିପଥ୍ ଯୋଜନା କାରଣରୁ ନିୟମିତ ଭାବେ ଚୟନ ସେବା ଥାଇ ମଧ୍ୟ ଅନେକ ପ୍ରାର୍ଥୀ ସୁଯୋଗ ପାଉ ନାହାନ୍ତି । ଦେଶର ଯୁବକମାନଙ୍କ ସହ ସହ ଏହା ଏକ ପ୍ରକାରର ଅନ୍ୟାୟ   । ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଏହି ଅଗ୍ନିପଥ୍ ଯୋଜନାକୁ ଉଠାଇ ସାଧାରଣ ପ୍ରକ୍ରିୟା ପୁନଃଶ୍ଚ ଆରମ୍ଭ କରିବ ବୋଲି ଖଡଗେ ଜଣାଇଛନ୍ତି ।

୨୦୧୯ ଓ ୨୨ ସୁଦ୍ଧା ପ୍ରାୟ ୨ ଲକ୍ଷ ପ୍ରାର୍ଥୀ ସେନାର ବିଭିନ୍ନ ବିଭାଗ ପାଇଁ ଲିଖିତ ତଥା ଶାରିରୀକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଯୋଗଦାନ ପତ୍ର ପାଇଁ ଅପେକ୍ଷାରେ ରହିିଥିଲେ । ହେଲେ ୨୦୨୨ରେ ଅଗ୍ନିପଥ୍ ଯୋଜନା ଆଣି ସରକାର ସେମାନଙ୍କ ସ୍ୱପ୍ନ ଚୁରମାର କରିଦେଇଛନ୍ତି । ଏପରି ସମାନ୍ତର କ୍ୟାଡର ସୃଷ୍ଟିକରି ସୈନ୍ୟ ମାନଙ୍କୁ ନିଯୁକ୍ତି ଦେବା ଦ୍ୱାରା ଯବାନ ମାନଙ୍କ ଭିତରେ ଭେଦଭାବ ସୃଷ୍ଟି ହେବ । ଏହା ଛଡା ୪ ବର୍ଷର ସେବା ପ୍ରଦାନ ପରେ ସେହି ଯବାନ ମାନଙ୍କୁ ଅନ୍ୟତ୍ର ଚାକିରି ଖୋଜିବାକୁ ଛାଡି ଦିଆଯିବ । ଏହା ମଧ୍ୟ ସାମାଜିକ କ୍ଷେତ୍ରରେ ଅସ୍ଥିରତା ଆଣିବାର ଆଶଂକା ରହିଛି ।

ସ୍ୱପ୍ନ ଭାଙ୍ଗିବା ଦଃୁଖରେ କିଛି ଆଶାୟୀଙ୍କ ଆତ୍ମହତ୍ୟାର ଖବର ମଧ୍ୟ ଶୁଣିବାକୁ ମିଳିଛି । ଏଣୁ ସେନାରେ ଯୋଗ ଦେବା ପାଇଁ ଆଶାୟୀ ଯୁବ ବର୍ଗଙ୍କୁ ଉଚିତ ନ୍ୟାୟ ଦେବାର ଆବଶ୍ୟକତା ରହିଛି । କଂଗ୍ରେସ ନେତା ସଚିନ ପାଇଲଟ ଏକ ଗଣ ମାଧ୍ୟମ ସାକ୍ଷାତକାରରେ କହିଥିଲେ କି ଅଳ୍ପ କିଛି ଆର୍ଥିକ ସୁବିଧା ପାଇଁ ଏହି ଯୋଜନାର କୌଣସି ଆବଶ୍ୟକତା ନଥିଲା ।

ଅଗ୍ନିବୀର ଯୋଜନା କଣ?
ଯୁବ ପିଢିଙ୍କୁ ଅଳ୍ପ ସମୟ ପାଇଁ ସେନାରେ ସେବା କରିବାର ସୁଯୋଗ ଦେବା ପାଇଁ ସରକାର ୨୦୨୨ ଜୁନ୍ ମାସ ଅଗ୍ନିପଥ୍ ଯୋଜନାର ଆରମ୍ଭ କରିଥିଲେ । ଯୋଜନା ଅନୁଯାୟୀ ୧୭ ରୁ ୨୧ ବର୍ଷ ବୟସ୍କ ଯୁବକ ମାନେ ଅଗ୍ନିବୀର ଭାବେ ସେନାରେ ଯୋଗ୍ୟତା ଅନୁଯାୟୀ ଯୋଗ ଦେବେ । ୪ ବର୍ଷ ପରେ ୨୫ ପ୍ରତିଶତ ଯବାନଙ୍କୁ ସେନାରେ ଆଗକୁ ନିଯୁକ୍ତି ଦିଆଯିବା ବେଳେ ୧୫ ପ୍ରତିଶତ ଲୋକଙ୍କୁ ଅବସର ପ୍ରଦାନ କରାଯିବ ।