କନକ ବ୍ୟୁରୋ: ସେନାବାହୀନୀର ରୁୂପାନ୍ତରଣ ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନୀପଥ’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୪ ବର୍ଷ ପାଇଁ ଦେଶର ସେବା କରିବା ପାଇଁ ଯୁବପିଢିଙ୍କୁ ଅଗ୍ନିବୀର ହେବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ଯୋଜନା ଭାରତର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶଶକ୍ତ କରିବ । ଏବଂ ଏହି ଅଗ୍ନୀବିରମାନଙ୍କୁ ୪ ବର୍ଷ ସେନା କାର୍ଯ୍ୟ କରିବାକୁ ଭଲ ପାଉଣା ମିଳିବ ବୋଲି କହିଛନ୍ତି ରାଜନାଥ ସିଂ ।
-ଅଗ୍ନୀପଥ ଯୋଜନା ହେଉଛି ତିନି ସେନାବାହୀନୀରେ ନିଯୁକ୍ତି ପାଇଁ ଏକ ପ୍ରକ୍ରିୟା ।
-ଯୋଗ୍ୟତା ଅଧାରରେ ଏଥିରେ ୪ ବର୍ଷ ପାଇଁ ଅସ୍ଥାୟୀ ନିଯୁକ୍ତି ମିଳିବ ।
-ଅଗ୍ମୀପଥ ଯୋଜନାରେ ସେନାରେ ସାମିଲ ଯୁବପିଢିଙ୍କୁ ‘ଅଗ୍ନୀବୀର’ କୁହାଯିବ ।
-ଅଗ୍ନିବୀର ପାଇଁ ବୟସ ସୀମା ସାଢେ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ରହିବ ।
-ଅଗ୍ନିବୀରଙ୍କ ଦରମା ମାସକୁ ୩୦ ହଜାର ଏବଂ ବାର୍ଷିକ ୪ ଲକ୍ଷ ୭୬ ହଜାର ଟଙ୍କା ମିଳିବ
-ଚାକିରିକାଳ ମଧ୍ୟରେ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪୪ ଲକ୍ଷ ଟଙ୍କା
– ୪ ବର୍ଷର ନିଯୁକ୍ତି ପାଇଁ ଏକ ଚୁକ୍ତି ହେବ, ଯେଉଁ୍ଥିରେ ସେମାନଙ୍କୁ ପେନସନ ସୁବିଧା ମଳିବନାହିଁ
-୪ ବର୍ଷ ପରେ ଯୋଗ୍ୟତା ଅଧାରରେ ୨୫% ଯୋଗ୍ୟ ଅଗ୍ନିବୀରଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ଏବଂ ସେମାନେ ୧୫ ବର୍ଷ ପାଇଁ ସେନାରେ କାର୍ଯ୍ୟ କରିବେ ।
-ବାକି ୭୫% ଅଗ୍ନିବୀରଙ୍କୁ ‘ସେବା ନିଧି’ ଭାବେ ଗଣନା କରାଯିବ ।
-ଚାକିରି ଛାଡିବା ବେଳକୁ ସେମାନଙ୍କୁ ୧୧ରୁ ୧୨ ଲକ୍ଷ ଟଙ୍କା ଏବଂ ଅନ୍ୟ କାମ ପାଇଁ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯିବ
ଦେଶର ୧୪ ଲକ୍ଷ ସେନାବାହୀନୀଙ୍କ ଦରମା ଏବଂ ପେନସନ୍ ବାବଦକୁ ହେଉଥିବା ଖର୍ଚ୍ଚକୁ କମାଇବା ପାଇଁ କେନ୍ଦ୍ର ସରକାର ଏଭଳି ଅସ୍ଥାୟୀ ନିଯୁକ୍ତି ଯୋଜନା ଆରମ୍ଭ କରିଥିବା କୁହାଯାଉଛି । କିନ୍ତୁ ଏହି ଅଗ୍ନୀପଥ ଯୋଜନା ସେନାବାହୀନୀର ନିଯୁକ୍ତି କ୍ଷେତ୍ରରେ ଏକ ଆଦର୍ଶ । ଏହା ଦ୍ୱାରା ଯୁବପିଢି ଏବଂ ଅନୂଭବୀ ସେନା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି ଆର୍ମି ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।