କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଜେପି ନେତ୍ରୀଙ୍କ ଚ୍ୟାଲେଞ୍ଜ । ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ମମତାଙ୍କୁ ବାରଣାସୀରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ନେତ୍ରୀ ଅଗ୍ନିମିତ୍ରା ପଲ୍ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ବୈଠକରେ ବାରଣାସୀ ଆସନ ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ମମତା । ଏହା ଜାଣିବା ପରେ ଅଗ୍ନିମିତ୍ରା ମମତାଙ୍କୁ ବାରଣାସୀରୁ ଲଢିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି । ସତସାହସ ଯଦି ଅଛି ତେବେ ପ୍ରିୟଙ୍କାଙ୍କ ବଦଳରେ ବାରଣାସୀ ଆସନରୁ ମମତା ନିର୍ବାଚନ ଲଢନ୍ତୁ ବୋଲି କହିଛନ୍ତି ଅଗ୍ନିମିତ୍ରା ।
୨୦୧୯ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରିୟଙ୍କା ଗାନ୍ଧୀ ମୈଦାନକୁ ଓହ୍ଳାଇବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଏଥିରେ କଂଗ୍ରେସ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଅଜୟ ରାୟଙ୍କୁ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା କଂଗ୍ରେସ । ଏହି ନିର୍ବାଚନରେ ଅଜୟଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

Advertisment

ଇଣ୍ଡିଆ ମେଣ୍ଟ ବୈଠକରେ, ଆସନ୍ତା ୩୧ ସୁଦ୍ଧା ଆସନ ଭାଗବଣ୍ଟା ପାଇଁ ଶେଷ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ରାଜ୍ୟସ୍ତରରେ ଡିସେମ୍ବର ଶେଷ ସୁଦ୍ଧା ଆସନ ବୁଝାମଣା ହେବାକୁ ସ୍ଥିର ହୋଇଥିବା ବେଳେ ଶେଷ ନିଷ୍ପତ୍ତି ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ନେବେ ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ ।